ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

 ନବରଙ୍ଗପୁର: ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଭାବେ ତପନ କୁମାର ଖୁଣ୍ଟିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଅନୁସାରେ, ଶ୍ରୀ ଖୁଣ୍ଟିଆ ଏହା ପୂର୍ବରୁ  ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସମ୍ବଲପୁର ଠାରେ କାର୍ଯ୍ୟରତ ଥିଲେ ।  ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖୁଣ୍ଟିଆ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଧିକାରୀଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଜନସାଧାରଣ ପାଖକୁ ପହଁଞ୍ଚିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ କର୍ମଚାରୀ ଶ୍ରୀ ଖୁଣ୍ଟିଆଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଡେପୁଟି କଲେକ୍ଟର  ପି ମନସ୍ମିତା, ଗୀତାଞ୍ଜଳି ବେହେରା, ସହକାରୀ କଲେକ୍ଟର ଆଶୁତୋଷ ପାତ୍ର, ବିନାୟକ ଖାଡଙ୍ଗା, ଶିବ ପ୍ରସାଦ ପାଢି,ଅଶ୍ୱିନ କୁମାର ମାଝୀ, ହେମନ୍ତ ଶୌରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ ।