ଦୁଇଟି ଧତ୍ତର୍ବ୍ୟ ଅପରାଧରେ ୨ ଗିରଫ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ପୁଲିସ ପକ୍ଷରୁ ଦୁଇଟି ପୃଥକ ପୃଥକ ଧତ୍ତର୍ବ୍ୟ ଅପରାଧରେ ଜଣେ ଯୁବକ ଓ ଜଣେ ବୃଦ୍ଧଙ୍କୁ ଗିରଫ୍ କରି କୋର୍ଟ ·ଲାଣ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ନିଜ ସାଙ୍ଗକୁ ମଧ୍ୟ ଧୋକ୍କା ଦେବାକୁ ପଛାଇଲେ ନାହିଁ ଯୁବକ । ସାଙ୍ଗ ସ୍ତ୍ରୀର ମିଥ୍ୟା ଭିଡିଓ ଭାଇରାଲ କରି ଶେଷରେ ଗିରଫ ହୋଇଛନ୍ତି କାଁପଡ଼ା ଗ୍ରାମର ମଳୟ ମଳିକ (୨୧) । ତାଙ୍କର ସାଙ୍ଗ ବାହାରେ ରୁହନ୍ତି । ମଳୟ ନିଜ ସାଙ୍ଗ ସ୍ତ୍ରୀଙ୍କୁ ପ୍ରଲୋଭିତ କରିବା ପାଇଁ ଏକ ମିଥ୍ୟା ଭିଡିଓ ଭାଇରାଲ କରିଥିଲେ । 
ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ କରି ମଳୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ତିହିଡ଼ି ପୁଲିସ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ଅଞ୍ଚଳରେ ଏକ ଉତ୍ସବ ପାଳନ ହେଉଥିବା ବେଳେ ବୁଡ଼ଙ୍ଗ ଗ୍ରାମର ଅଭିମନୁ୍ୟ ବାରିକ ଓରଫ ବାଦୁଡ଼ି ସେଠାରେ ପହଂଚିଥିଲେ । ତେବେ ସେଠାରେ ଜନୈକ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନିଦରେ ଶୋଇଥିବା ଯୁବତୀଙ୍କ ସହ ସେ ଅସଦାଚରଣ କରିଥିଲେ । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ  ଅଭିମନୁ୍ୟଙ୍କୁ ଗିରଫ କରି ଆଜି କୋର୍ଟ ·ଲାଣ କରିଛି ।