କେପିଏଲ୍: ଖାଣ୍ଟି କାଶିପୁରିଆ ଚାମ୍ପିଅନ୍ ଗ୍ରାମୀଣ କ୍ରିକେଟ୍କୁ ବେଦାନ୍ତର ପ୍ରୋତ୍ସାହନ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ରାୟଗଡ଼ା ଜିଲ୍ଲା କାଶୀପୁରର ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ ପ୍ରମୁଖ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କାଶୀପୁର ପ୍ରିମିୟର ଲିଗ୍ (କେପିଏଲ)ର ୨୦୨୫ ସଂସ୍କରଣକୁ ସମର୍ଥନ ପ୍ରଦାନ କରିଛି । ଏହି ପଦକ୍ଷେପ ତୃଣମୂଳସ୍ତରୀୟ କ୍ରୀଡ଼ା ପ୍ରତିଭାକୁ ପ୍ରୋସôାହନ ଦେବା ସହିତ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ଟୁର୍ଣ୍ଣାମେଣ୍ଟରେ କାଶୀପୁର ବ୍ଲକ୍ର ବିଭିନ୍ନ ଦଳକୁ ପ୍ରତିନିଧିତ୍ୱ କରୁଥିବା ୧୨୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଖାଣ୍ଟି କାଶିପୁରିଆ ଏବଂ ସ୍ମାର୍ଟ ୧୧ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଖାଣ୍ଟି କାଶିପୁରିଆ ଏକ ରୋମାଞ୍ଚକର ସମାପ୍ତିରେ ଚାମ୍ପିଅନ୍ ହୋଇଥିଲା । 
ଏ ଅବସରରେ ଖେଳାଳିମାନଙ୍କୁ ପ୍ରଶଂସା କରି, ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ, ‘ଯୁବପିଢ଼ିଙ୍କୁ ପ୍ରତିପୋଷଣ କରିବା ପାଇଁ କ୍ରୀଡ଼ା ଏକ ଶକ୍ତିଶାଳୀ ମାଧ୍ୟମ । ଓଡ଼ିଶାର ଏକ ସମୃଦ୍ଧ କ୍ରୀଡା ଐତିହ୍ୟ ରହିଛି । ତେଣୁ କାଶୀପୁର ପ୍ରିମିୟର ଲିଗ୍ ଭଳି କମୁ୍ୟନିଟିସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ସମର୍ଥନ କରି, ରାୟଗଡ଼ାରେ ଆମର ଦଳ ଯୁବ ପ୍ରତିଭାକୁ ସଶକ୍ତ କରିବା ଏବଂ ରାଜ୍ୟର କ୍ରୀଡା ଉକôର୍ଷତାର ଐତିହ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାର ଲକ୍ଷ୍ୟ ରଖିଛି ।’ କାଶୀପୁରର କମୁ୍ୟନିଟି ହେଲଥ ସେଣ୍ଟରର ମୁଖ୍ୟ, ଡକ୍ଟର ନେତାନନ୍ଦ ନାଏକ କହିଥିଲେ, ଗ୍ରାମୀଣ ଯୁବକମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା, ଗଠନମୂଳକ ଏବଂ ପ୍ରତିଯୋଗିତାମୂଳକ କ୍ରୀଡାରେ ନିୟୋଜିତ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ । ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସଦାସର୍ବଦା ସମର୍ପିତ ।