ଭୀମଟାଙ୍ଗର ଖଣି ଲୁଟେରାଙ୍କ ଚରାଭୂଇଁ
କାଳିଆପାଣି : ପୁଣି ସାମ୍ନାକୁ ଆସିଲା କ୍ରୋମାଇଟ ଚୋରି ଘଟଣା । କାଳିଆପାଣି ଖଣି ଅଞ୍ଚଳ ଭୀମଟାଙ୍ଗର ଖଣିକୁ ଚରାଭୁଇଁରେ ପରିଣତ କରିଥିବା ଲୁଟେରା ବେଫିକର ଭାବେ ଟନଟନ କ୍ରୋମାଇଟ ଲୁଟି ଚାଲିଥିବା ବେଳେ ଆଜି ଅକସ୍ମାତ ବନ ବିଭାଗ ପକ୍ଷରୁ କରାଯାଇଥିଲା ଚଢାଉ । ଲୁଟେରାଙ୍କ ପାଇଁ ଚରାଭୁଇଁ ପାଲଟିଥିବା ଭୀମଟାଙ୍ଗର ଖଣିରୁ ବନ ବିଭାଗ ୨୫ଟନ ପାଖାପାଖି କ୍ରୋମ ବୋଝେଇ ହାଇବା ସହ ଗୋଟିଏ ଜେସିବି ମେସିନ ଜବଦ କରିଥିଲା । ହେଲେ ଏାକଧିକ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ହେଁ ଜେସିବି ଏବଂ ହାଇବାର ଡ଼୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ସମର୍ଥ ହୋଇଥିଲେ ।
ବନ୍ଦ ପଡ଼ିଥିବା ଭୀମଟାଙ୍ଗର ଖଣିରୁ ନିୟମିତ କ୍ରୋମାଇଟ ଚୋରି ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଥିଲେ ହେଁ ଖଣିର ମାଲିକ ବୋଲି କୁହାଯାଉଥିବା ଖଣି ଉପନିଦେ୍ର୍ଦଶକ କାର୍ଯ୍ୟାଳୟ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ଯାହା ଲୁଟେରାଙ୍କ ପାଇଁ ସୋନେ ପେ ସୁହାଗ ପାଲଟିଥିଲା । ତେବେ ଭୋର ସମୟରେ ଭାୀଟାଙ୍ଗରର ୯ ନମ୍ବର ଖଣିରୁ କ୍ରୋମାଇଟ ଚୋରି ହେଉଥିବାର ଖବର ପାଇ ସୁକିନ୍ଦା ବନ ବିଭାଗ ରେଞ୍ଜରଙ୍କ ନିଦେ୍ର୍ଦଶରେଫରେଷ୍ଟର ରାମ ତିରିଆଙ୍କ ନେତୃତ୍ୱରେ ପ୍ରାୟ ୨୦ଜଣ ବନ ବିଭାଗ ସୁରକ୍ଷା କର୍ମୀ ଅଚାନକ ଚଢାଉ କରିଥିଲେ । ଚଢାଉ ବେଳେ ଜେସିବି କ୍ରୋମାଇଟ ଖୋଳି ହାଇବାରେ ବୋଝେଇ କରୁଥିଲା । ହେଲେ ବନ କର୍ମଚାରୀଙ୍କୁ ଦେଖି ଜେସିବି ଏବଂ ହାଇବା ଡ଼୍ରାଇଭର ଚମ୍ଫଟ ମାରିଥିଲେ । ବନ କର୍ମଚାରୀ ଓଆର୦୪ପି-୧୦୧୫ ନଂ ଜେସିବି ଏବଂ ଏକ ନୁଆ ଜେସିବିକୁ ଜବତ କରି ହେପାଜତକୁ ନେଇଥିଲେ । ବନ ବିଭାଗ ପକ୍ଷରୁ କେସ ନମ୍ବର ୪ଏସକେ୨୦୨୪/୨୫ରେ ଏକ ମାମଲା ରୁଜ୍ଜୁ କରି ଜବଦ ଗାଡି ଦୁଇଟିକୁ ସୁକିନ୍ଦା ବନ କାର୍ଯ୍ୟାଳୟ ଆଣିଛି । ତେବେ ପ୍ରଶ୍ନ ଉଠେ ସୁକିନ୍ଦା ବନାଞ୍ଚଳର ରାଁଷୋଳ ସେକ୍ସନ ଅଫିସ ଠାରୁ ମାତ୍ର କେଇଶହ ମିଟର ଦୂରରେ ଥିବା ଖଣିରୁ କ୍ରୋମାଇଟ ଚୋରିରେ ଲିପ୍ତ ଡ଼୍ରାଇଭର ଖସିଯିବାକୁ ସମର୍ଥ ହେଲେ କିପରି? । କୋଡିଏ ଜଣରୁ ଉର୍ଦ୍ଧ ସଶସ୍ତ୍ର ବନ କର୍ମଚାରୀ ଚାରିପଟୁ ଘେରି ରହିଥିବା ହାଇବା ଏବଂ ଜେସିବି ମେସିନର ଡ୍ରାଇଭର ସେଠାରୁ ଖସି ପଳେଇବାକୁ ସମର୍ଥ ହେଲେ ନା ଖସାଇ ଦିଆଗଲା, ତାହାଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଥାଉକି, ଚଳିତମାସ ୧୬ ତାରିଖରେ ପ୍ରଶାସନ ନାକ ତଳେ ଚାଲିଛି କ୍ରୋମାଇଟ ଲୁଟ ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । ଏହାର ୨ସପ୍ତାହ ନପୁରୂଣୁ ଆଜି ସେହି ସ୍ଥାନରୁ କ୍ରୋମାଇଟ ବୋଝେଇ ହୋଇ ଏକ ହାଇବା ସହିତ ଜେସିବିକୁ ରଙ୍ଗେ ହାଥ ଧରିବା ଏହା ନିଶ୍ଚୟ ବନ ବିଭାଗର ତତ୍ପରତାକୁ ସୂଚାଉ ଅଛି । କିନ୍ତୁ ହାତ ମୁଠାରୁ ଡ଼୍ରାଇଭର ଖସିଯିବା ସାଧାରଣରେ ହଜମ ହେଉନି । ପ୍ରଥମତଃ ଯେଉଁ ସ୍ଥାନରୁ କ୍ରୋମାଇଟ ଚୋରି ହେଉଛି ତାହା ଏକ ଖୋଲା ପଡିଆ ମଧ୍ୟରେ ରହିଛି । ଏହାର ଅପର ପାର୍ଶ୍ୱଟିକୁ ବେଦାନ୍ତ ଫେକର କମ୍ପାନୀ ତାର ବାଡ଼ ଦେଇ ଆବଦ୍ଧ କରି ରଖିଛି । ଯଦି ଜିଲା ଖଣିଜ ବିଭାଗ ପକ୍ଷରୁ ଗୋଟିଏ ଖଣିକୁ ଦୁଇଭାଗ କରି ଗୋଟିଏ ଭାଗ ବେଦାନ୍ତ ଫେକର କମ୍ପାନୀକୁ ଲିଜ ଦେଇଛି ତେବେ ଅନ୍ୟ ଭାଗଟିକୁ ମୁକୁଳା ଛାଡ଼ିଛି କାହିଁକି? ଖଣି ବିଭାଗ ୯ନଂ ଖଣିକୁ କ’ଣ ଚୋରି ପାଇଁ ଛାଡ଼ି ଦେଇଛି କି? ଯେଉଁଥିପାଇଁ ଲୁଟେରା ହାଇବା ୨୫ଲକ୍ଷରୁ ଅଧିକ ଟଙ୍କାର ଅନୁନ୍ୟ ୪୦ଟନ କ୍ରୋମାଇଟ ଲୁଟି ନେବାକୁ ଯାଉଥିଲେ । ଏହା ଯେ ବିନା ଉପର ମହଲର ମିଲିଭଗତରେ ସମ୍ଭବ ତାହାକୁ କୈାଣସି ମତେ ଏଡ଼ାଇ ଦିଆଯାଇପାରିନି । ଯାହାର ତଦନ୍ତ ଏକାନ୍ତ ଆବଶ୍ୟକ । କ୍ରୋମାଇଟ ଚୋରି ଭଳି ସାହାସ କେବେ ହେଲେ ହାଇବା ଓ ଜେସିବି ଡ଼୍ରାଇଭର କରିବେନି । ଏହା ପଛରେ ମାଲିକଙ୍କ ସମ୍ପୃକ୍ତିକୁ ଏଡ଼େଇ ଦେଇ ହେବନି । ଆଗକୁ ଦେଖିବାକୁ ବାକି ରହିଲା ଯେ ଖଣି ଅଞ୍ଚଳରୁ ନିରନ୍ତର କ୍ରୋମାଇଟ ଚୋରି ରାକେଟକୁ ବନବିଭାଗ ହେଉ କି ପୁଲିସ ବା ଖଣି ବିଭାଗ ଧରିବାରେ ସମର୍ଥ ହେଉଛି ନା ଗଳା ବାଟରେ ଚୋରଙ୍କୁ ଖସେଇବାକୁ ବ୍ୟବସ୍ଥା କରୁଛି ।