କେବେ ଅଭିଯୋଗ ଦେଇଥିଲେ ଜାଣିନି : ଥାନାର ପଲେଇ ବାବୁ

 କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣା , ପଟ୍ଟାମୁଣ୍ଡାଇ ଥାନାର ପଲେଇ ବାବୁ ଦେଲେ ଖାମଖିଆଲି ବୟାନ । କହିଲେ , ସେ କେବେ ଅଭିଯୋଗ ଦେଇଥିଲେ ଜାଣିନି । ମୁଁ ମିଡିଆରେ ବାଇଟ୍‌ ଦେବି ନାହିଁ । କେବେ ଅଭିଯୋଗ ଦେଇଥିଲେ କଣ ଦେଇଥିଲେ ମୁଁ ସେ ବିଷୟରେ କିଛି ଜାଣିନି ।   ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ ।  କହିଲେ , ହାରାସମେଣ୍ଟ୍‌ ହୋଇ ଝିଅ ସୁଇସାଇଡ୍‌ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ , ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି । ସେ ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ କିନ୍ତୁ ପୁଲିସ ଅଭିଯୋଗ ରଖିନଥିଲେ । ଲିଖିତ ଅଭିଯୋଗ କରିବାକୁ କହିଥିଲା ପୁଲିସ । ମାନସିକ ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜଳିଗଲା ।