କୋଇଲା ପରିବହନ ବ୍ୟବସ୍ଥାର ତଦାରଖ
ତାଳଚେର : ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରେଳ ମଣ୍ଡଳ ଅଧୀନରେ ଥିବା ତାଳଚେର ରେଳ ଷ୍ଟେସନର ଆଧୁନିକୀକରଣ, କୋଇଲା ଖଣିରେ ପଡ଼ିଥିବା ରେଳ ଧାରଣା, ସାଇଲୋରେ ହେଉଥିବା କୋଇଲା ଲୋଡିଂ ପ୍ରଭୃତି ସଂପର୍କରେ ଅନୁଧ୍ୟାନ କରିଛନ୍ତି ରେଳ ବିଭାଗର ଅଧିକାରୀ । ରେଳ ପରିଚାଳନା ଓ ବାଣିଜ୍ୟ ଉନ୍ନତିକରଣ ବିଭାଗର ସଦସ୍ୟ ଜିତେନ୍ଦ୍ର ମାଲହୋତ୍ରା, ରେଳବାର ଖୋର୍ଦ୍ଧା ଡିଭିଜନର ପରିଚାଳକ ଏଚ୍.କ୍ଷେତ୍ର ପରିଚାଳକ ସୌରଭ ପ୍ରକାଶ, ରେଳ ମଣ୍ଡଳର ବରିଷ୍ଠ ପରିଚାଳକ, ମେକାନିକାଲ ଇଞ୍ଜିନିୟର୍ ବରିଷ୍ଠ ବିଦ୍ୟୁତ୍ ଇଞ୍ଜିନିୟର ପ୍ରମୁଖ ଦିନତମାମ ଏହାର ନିରୀକ୍ଷଣ କରିଥିଲେ । ତାଳଚେର ରେଳ ଷ୍ଟେସନରୁ ସମସ୍ତ କୋଇଲା ଖଣିକୁ ପଡ଼ିଥିବା ରେଳ ଧାରଣା, ଏଥିରେ ଚାଲୁଥିବା ଟ୍ରେନ୍ ସଂପର୍କରେ ଅନୁଧ୍ୟାନ କରିଥିଲେ । ବିଶେଷ କରି ଓଭରହେଡ଼ ଉପକରଣ, ରେଳଧାରଣା, ପୋଲ, ମାନବପୁଷ୍ପ ରେଳବାଇ ଫାଟକ, ସଂକେତ ଓ ଦୂର ସଞ୍ଚାର ଉପକରଣ ଆଦି ସଂପର୍କରେ ସେମାନେ ଅନୁଧ୍ୟାନ କରିଥିଲେ । ରେଳ ବିଭାଗର ଏହି ଅଧିକାରୀମାନେ ପ୍ରଥମେ ଲିଙ୍ଗରାଜ ଖଣିକୁ ଯାଇ ଏ ସବୁ ନିରୀକ୍ଷଣ କରିବା ପରେ ଖଣିରେ ଥିବା ସମସ୍ତ ସାଇଡିଂ, ଖଣିରେ ଥିବା ଷ୍ଟେସନ ସଂପର୍କରେ ତଦାରଖ କରିଥିଲେ । ଶେଷରେ ତାଳଚେର ରେଳ ଷ୍ଟେସନର ସମସ୍ତ ଟ୍ରାକ୍ ଏବଂ ଛିଡ଼ା ହୋଇଥିବା ଟ୍ରେନ୍ଗୁଡିକ ନିରୀକ୍ଷଣ କରିବା ସହ କର୍ମଚାରୀଙ୍କୁ ପଚାରି ଷ୍ଟେସନର ସୁବିଧା ଅସୁବିଧା ବୁଝିଥିଲେ । ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳବାର ମୁଖ୍ୟାଳୟ ଓ ତାଳଚେର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।