କୋଟିଏ ଟଙ୍କାର ଗୁଆ ଚୋରାଚାଲାଣ, ୧୪ ଅଟକ

 ପାରାଦୀପ : ବଙ୍ଗୋପସାଗରରେ ଏକ ଭାରତୀୟ ମାଛ ଧରା  ବୋଟ ବେଆଇନ   କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ବଙ୍ଗୋପସାଗରରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିରୀକ୍ଷଣ  ସମୟରେ ଭାରତୀୟ ତଟରକ୍ଷୀ ବାହିନୀ ଏପ୍ରିଲ ୧୦ ତାରିଖ ଭୋର ସମୟରେ ଖବର ପାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଭରଦ ହୁଇଲଷ୍ଟ କାଳବିଳମ୍ବ ନ କରି ସନେ୍ଦହଜନକ ଗତିବିଧି ପ୍ରଦର୍ଶନ କରୁଥିବା ଉକ୍ତ ଭାରତୀୟ ମାଛଧରା ବୋଟ ନିକଟକୁ ପହଞ୍ଚିବା ପରେ ତଟରକ୍ଷୀ ବାହିନୀ କର୍ମଚାରୀମାନେ ଉକ୍ତ ବୋଟ ଭିତରେ ପ୍ରବେଶ କରି ଟିକିନିକି ଯାଞ୍ଚ କରିବା ସମୟରେ ଉକ୍ତ ମାଛ ଧରିବା ବୋଟରେ ଅନୁ୍ୟନ ୪୫୦ ବସ୍ତା ସୁପାରୀ (ବେଟଲ ନଟ୍) ଥିବା ଜଣାପଡିଥିଲ । ପ୍ରତି ବସ୍ତାର ଓଜନ ଅନୁ୍ୟନ ୫୦ରୁ ୬୦କିଲୋଗ୍ରାମ, ଯାହାର ଆନୁମାନିକ ମୂଲ୍ୟ  ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଉକ୍ତ ବୋଟର ଥିବା  ୧୪ ଜଣ  କ୍ରିୟୁ (ସମସ୍ତେ ଭାରତୀୟ)ଙ୍କ ନିକଟରେ  ମଧ୍ୟ କୌଣସି ବୈଧ ବାୟୋମେଟ୍ରିକ କାର୍ଡ ନ ଥିବା ଜଣାପଡିଥିଲା । ଉକ୍ତ ମାଛଧରା ବୋଟଟି ସମୁଦ୍ର ଭିତରେ ୫ ଦିନ ଧରି  କାର୍ଯ୍ୟ କରିବା ସତ୍ୱେ  ସେଥିରେ  କୌଣସି ମାଛ ଧରିବା ସରଞ୍ଜାମ କିମ୍ବା  ଆଦୌମାଛ  ନଥିବା  ଦେଖିବାକୁ ମିଳି ଥିଲା । ଫଳରେ ଭାରତୀୟ ତଟରକ୍ଷୀ ବାହିନୀ  ଉକ୍ତ ମାଛ ଧରା  ବୋଟ ସହିତ  ସେଥିରେ ଥିବା ୧୪ ଜଣ କ୍ରିୟୁଙ୍କୁ ନିଜ ହେପାଜତକୁ ନେଇ ବିଭାଗୀୟ  ଉଚ୍ଚ କର୍ତୃପକ୍ଷଙ୍କ ସହିତ ଆଲୋଚନା କରି  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପାରାଦୀପ ବନ୍ଦର ଭିତରକୁ ନିଆଯାଇଛି ।