ପାଣିକୋଇଲି ଥାନାରେ ସମନ୍ୱୟ ବୈଠକ
ପାଣିକୋଇଲି : ପାଣିକୋଇଲି ଥାନାରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ରଂଜିତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମଞ୍ଚ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଅଂଶଗ୍ରହଣ କରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନୃସିଂହ ଚରଣ ଦଳାଇ, ସଦସ୍ୟ ରାମଚନ୍ଦ୍ର ବେହେରା, ସାମ୍ବାଦିକ ସୁବାସ ଧଳ, ମାନସ ରଂଜନ ଧଳ, ତାରିଣୀ କୁମାର ପଟ୍ଟନାୟକ, ପ୍ରଦୀପ ମାଝୀ, ମନୋଜ କୁମାର ସାହୁ, ତୁଷାରକାନ୍ତ ବେଉରା, ସାମାଜିକ କର୍ମୀ ଅକ୍ଷୟ କୁମାର ଜେନା, ଶଶୀକାନ୍ତ ମଲିକ, ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ, ହରେକୃଷ୍ଣ ସାହୁ, ମନ୍ମଥ ପଣ୍ଡା, ଶିବ ପ୍ରସାଦ ପରିଡ଼ା, ଅରକ୍ଷିତ ପାତ୍ର. ବିଶ୍ୱଜିତ ଦାସ ଏବଂ ସ୍ଥାନୀୟ ବ୍ୟକ୍ତି ଦୋଳ ଗୋବିନ୍ଦ ସେଠୀ ଓ ଦେବକୀ ମୁଣ୍ଡା ଯୋଗ ଦେଇଥିଲେ । ସବଇନିସପେକ୍ଟର ପ୍ରଶାନ୍ତ କୁୂମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।