ସୃଷ୍ଟି ହେଲା ଗଭୀର ଅବପାତ; ପୁରୀରେ ହାଇ ଆଲର୍ଟ

ସୃଷ୍ଟି ହେଲା ଗଭୀର ଅବପାତ; ପୁରୀରେ ହାଇ ଆଲର୍ଟ

ଗଭୀର ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’। ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି । ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି ଏବଂ କାକିନାଡ଼ାଠାରୁ ୮୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ । 

ଆନ୍ଧ୍ରରେ ବାତ୍ୟା ପିଟିହେବ, ଓଡ଼ିଶାରେ ପ୍ରବଳ ବର୍ଷିବ । ୨୮ରୁ ୨୯, ଦୁଇ ଦିନ ଦକ୍ଷିଣ ଓଡ଼ିଶା ପାଇଁ ବିପଦ । ଭୀଷଣ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ୮୦ କିମି ବେଗରେ ପବନ ବହିବ।

 ବାତ୍ୟା ମନ୍ଥା : ପୁରୀରେ ହାଇ ଆଲର୍ଟ :-

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାଜ୍ୟ ସରକାର । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ପୁରୀ ପ୍ରଶାସନ । ୨୯ ତାରିଖ ଯାଏ ସମୁଦ୍ରକୁ ଯିବାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି। ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା ଆକ୍ସନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। 

ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ବାଲେଶ୍ବର,ସମେତ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।