‘କୋରେଇ ହେବ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ’
ଯାଜପୁର: କୋରେଇ ହେବ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ । ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ଅଧିକାରୀ ଓ ସୁରକ୍ଷା ସମ୍ପର୍କିତ ଅଭିମୁଖି କରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଏଭଳି ଘୋଷଣା କରିଛନ୍ତି । ଜିଲାଶିଶୁ ସୁରକ୍ଷା ବିଭାଗ ଯାଜପୁର ଓ ହୁ୍ୟମାନ ରାଇଟ ଫ୍ରଣ୍ଡଇଣ୍ଡିଆର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଅବନିକାନ୍ତ ସାହୁ, ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ବ୍ଲକ ଶିଶୁ ଅଧିକାରୀ, ଜାତୀୟ ମାନବାଧିକାର କମିଶନର କୋର ସଦସ୍ୟ ତଥା କୋରେଇ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ମନୋଜ ଜେନା, ଓଡ଼ିଶା ହ୍ୟୁମାନ ରାଇଟ ସଭାପତି ରାଜୀବ ପଟ୍ଟନାୟକ, ସଂଯୋଜିକ ମନୀଷା ଦାସ ପଟ୍ଟନାୟକ, ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଜିତ ବାରିକ୍, ମୋ’ସ୍କୁଲ ଅଭିଯାନର ସଭାପତି ଦିଲ୍ଲୀପ ସାହୁ, କୋରେଇ ଉନ୍ନୟନ ପରିଷଦର ସଭାପତି ଶ୍ରୀଧର ଦାସ, ପୁରାତନ ଛାତ୍ର ସଂଘର ସମ୍ପାଦକ ବିନୋଦ ବିହାରୀ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ଜିଲା ହୁ୍ୟମାନ ରାଇଟ ସଂଜୋଜିକ ନିରୁପମା ମଲ୍ଲିକ, ଗଣେଶ ଅହୁଲା, ଆଡଭୋକେଟ ସସ୍ମିତା ସାହୁ, ଶିକ୍ଷାବିତ ମଦନ ମୋହନ ବେହେରା, ସଙ୍ଗୀତଜ୍ଞ ବିକାଶ ମାଝୀ, ସମାଜସେବୀ ଅକ୍ଷୟ ଜେନା, ପ୍ରସନ୍ନ ସ୍ୱାଇଁ, ଶିକ୍ଷାବିତ ସନ୍ତୋଷ କୁମାର ବେହେରା, ଜିଲ୍ଲା ଶିଶୁ କଲ୍ୟାଣ ବିଭାଗର ସଦସ୍ୟ ମନେ ଓ ହ୍ୟୁମାନ ରାଇଟ ଫ୍ରଣ୍ଟର ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ଅଧିକାରୀ ଉଦଘାଟନ କରିଥିଲେ । ଅତିଥି ଶିଶୁ ସୁରକ୍ଷା ସମ୍ପର୍କିତ ସୂଚନା ଦେବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପାୱାର ପଏଣ୍ଟ ଜରିଆରେ ପରିବେଷଣ କରିଥିଲେ । ଶିଶୁମାନେ ଦେଶ ପାଇଁ ଅମୁଲ୍ୟ ମାନବ ସମ୍ବଳ ସେମାନଙ୍କ ଅଧିକାର ଓ ସୁରକ୍ଷା ଜରୁରୀ ଅଟେ । ସେମାନଙ୍କ ଶିକ୍ଷା ପ୍ରଥମ ପ୍ରସଙ୍ଗ କିଛି ପିଲା ସେମାନଙ୍କ ପାରିବାରିକ ସ୍ଥିତି ହେତୁ ଶିକ୍ଷୟତନ ବାହାରେ ରହୁଛନ୍ତି ଯାହାକି ସେମାନଙ୍କ ଅଧିକାରକୁ ଖୁର୍ଣ୍ଣ କରିଅଛି । ପିଲାମାନଙ୍କ ପାଇଁ ସେମାନଙ୍କ ରକ୍ଷା କବଚ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ମାଧ୍ୟମରେ ପରିବାର ଅର୍ଥନୈତିକ ସ୍ୱଚ୍ଛଳତା ଆଣିପାରିବ । ଏଥିପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଛାସେବୀ ଅନୁଷ୍ଠାନର ଗୁରୁଦାୟିତ୍ୱ ରହିଛି । ଅସୁବିଧାଜନ ସ୍ଥିତିରେ ଥିବା ପିଲାମାନଙ୍କ ପାଇଁ ଦେଶରେ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । ଏଦିଗରେ ସରକାର ଆର୍ଥôକ ସହାୟତା ଯୋଗାଇଦେଉଛନ୍ତି । ପ୍ରଶିକ୍ଷଣରେ ସରକାରଙ୍କ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ ଯୋଜନାରେ କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ, ବିଭିନ୍ନ ଗାଁ କିପରି ଶିଶୁ ଶ୍ରମିକ ମୁକ୍ତ, ବାଲ୍ୟ ବିବାହ ମୁକ୍ତ ହେବାସହ ଶିଶୁ ଅନୁକୂଳ ପରିବେଶ ହେବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣରେ ଅମିତ୍ କୁମାର ନାୟକ, ମନୀଷା ଦାସ ପଟ୍ଟନାୟକ, ରାଜୀବ ପଟ୍ଟନାୟକ ପାୱାର ପଏଣ୍ଟ ଜରିଆରେ ବିଭିନ୍ନ ବିଷୟମାନ ଉପସ୍ଥାପନ ସ୍ୱରୂପ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପରଭାଇଜର ଶିଶୁ ସୁରକ୍ଷା ପାଇଁ ସେମାନଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ମୋ ସ୍କୁଲ ଅଭିଯାନ ସଭାପତି ଦିଲ୍ଲୀପ ସାହୁ ଧନ୍ୟବାଦ ଦେଇଥିଲେ ।