ଜମଧରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜିଲାସ୍ତରୀୟ ପ୍ରତିଷ୍ଠା ଦିବସ
ାା ପ୍ରଭାନୁ୍ୟଜ ।ା ବରୁଅାଁ: ଯାଜପୁର ବ୍ଲକ ଜମଧର୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଦିବସରେ ଯାଜପୁର ଜିଲାର୧୦ଗୋଟି ବ୍ଲକରେ ଥିବା ୧୦ଗୋଟି ଆଦର୍ଶ ବିଦ୍ୟାଳୟର ୩୫୦ଛାତ୍ରଛାତ୍ରୀ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ବାଦଲ ଖୁଣ୍ଟିଆ, ଅବସରପ୍ରାପ୍ତ ବିଇଓ ବ୍ରଜକିଶୋର ସାହୁ, ଶିକ୍ଷାବିତ୍ ପ୍ରଫୁଲ୍ଲ ଓଝା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ ଓ ଓଡ଼ିଶାର ପାରମ୍ପରିକ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅପରାହ୍ନରେ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ.ରବିନ୍ଦ୍ର ନାରାୟଣ ବେହେରା, ବକ୍ତା ଭାବେ ଡିଇଓ ନିବେଦିତା ପାଣି, ସମ୍ମାନୀୟ ଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇଥିଲେ । ଜମଧର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ଉତ୍ତୋରୋତର କାମନା କରିବା ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା କ୍ଷେତ୍ରରେ ଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାଜପୁର ଜିଲା ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଦେଶର ପ୍ରମୁଖ ସ୍ଥାନ ଗ୍ରହଣ କରି ଯାଜପୁର ଜିଲ୍ଲାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି । ଯାଜପୁର ବିଧାୟିକା ସୁଜାତା ସାହୁ ଶିକ୍ଷା କ୍ଷେତ୍ରରେ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଉତ୍ତମ ପାଠ ପଢିବା ସହିତ ସହିତ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରି ଜଣେ ଜଣେ ଭଲ ନାଗରିକ ରୂପେ ନିଜ ଗଢ଼ିବାକୁ ପରାମର୍ଶ ଦେଇଥିଲେ । ଜିଲାର ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରୁ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା କୃତି ଛାତ୍ରଛାତ୍ରୀ ଓ ବିଚାରକ ଭାବେ ବିଭିନ୍ନ ବିଭାଗରେ ଯୋଗଦେଇଥିବା ଗୁରୁ ଅଜୟ କୁମାର ସାହୁ ଓ ଅନ୍ୟ ବିଚାରକ ମାନଙ୍କୁ ଅତିଥି ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଜମଧର ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।