କୋରେଇରେ ଆର୍ଟ ଅଫ୍ ଗିଭିଂ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ


 ଯାଜପୁର: ସୋମବାର ଶଙ୍ଖଚିଲା ହିଙ୍ଗୁଳା ପୀଠ ଠାରେ ଆର୍ଟ ଅଫ ଗିଭିଂ ଦିବସ ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଟିଭି ପ୍ରତିନିଧି ଅଭିନେଶ୍ୱର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଅତିଥି ଭାବେ ସାମ୍ବାଦିକ ଶରତ ଚନ୍ଦ୍ର ପଥାଳ, ମାନବାଧିକାର ପ୍ରବକ୍ତା ତଥା କୋରେଇ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ମନୋଜ କୁମାର ଜେନା, ହିଙ୍ଗୁଳା କମିଟିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, କିଟ୍ କିସ୍ ବିଶ୍ୱ ବିଦ୍ୟାଳୟର ସହକାରୀ ନିଦେ୍ର୍ଦଶକ ରାଜ ଶେଖର ଲାହା, ଶିଳ୍ପୀକାରିଗର ମହାସଂଘର ସଂପାଦକ ପ୍ରୀୟରଞ୍ଜନ କର, କୋରେଇ ଉନ୍ନୟନ ପରିଷଦର ସଭାପତି ଶ୍ରୀଧର ଦାସ, ଶିକ୍ଷାବିତ ନୃସିଂହ ଦଳେଇ ଉନ୍ନୟନ ପରିଷଦର ଆଲୋକ କୁମାର ଦାସ ପ୍ରମୂଖ ଯୋଗଦେଇ ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ପ୍ରଫେସର ଡ଼. ଅଚୁ୍ୟତ ସାମନ୍ତଙ୍କ ଏହି ମହତ ପରିକଳ୍ପନା ଓ ସମାଜ ପାଇଁ ତାଙ୍କ ତ୍ୟାଗ ଓ ନିଷ୍ଠାପର ଭାବେ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମିଳନୀ ପରିଚାଳନା କରୁଥିବା ଶ୍ରୀ ଶତପଥୀ ଏବଂ କଳିଙ୍ଗ ଟିଭିର ଅନ୍ୟତମ ପ୍ରତିନିଧି ବିଶ୍ୱଜିତ କର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କୋରେଇ ଅଞ୍ଚଳର ବହୁ ସାହିତି୍ୟକ, ବୁଦ୍ଧିଜୀବୀ, ସାମ୍ବାଦିକ ଯୋଗ ଦେଇଥିଲେ ।