ଦମ୍ପତିଙ୍କୁ ଶ୍ରଦ୍ଧାଞ୍ଜଳି 

ବ୍ରହ୍ମବରଦା:  ରୁଣ ବୋଝ ସହି ନପାରି ଆତ୍ମହତ୍ୟା କରିଥିବା ରସୁଲପୁର ବ୍ଲକ ଅର୍ଥଙ୍ଗା ପଂଚାୟତ କୋଠାସାହି ଗ୍ରାମର ଦମ୍ପତି ବିଜୟ ରାଉତ ଓ ପନôୀ ପଦ୍ମିନୀ ରାଉତଙ୍କ ଏକାଦଶାହରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଂଘର ଶତାଧିକ ସଦସ୍ୟକ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ମୃତ ବିଜୟଙ୍କ ବାସଗୃହ ନିକଟରେ ପହଁଚି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ରସୁଲପୁର ବ୍ଲକ ସଂଘର ସମ୍ପାଦକ ରଞ୍ଜିତ କୁମାର ଓଝା, ସହ ସମ୍ପାଦକ ଅଧିର ସେଠି, ସାଙ୍ଗଠନିକ ସମ୍ପାଦକ ପ୍ରଶାନ୍ତ ଦାସ, ପଂଚାୟତ ଆଡମିନ ଗଣେଶ୍ୱର ଜେନା, ପର୍ଶୁରାମ ସେଠି, ନିରଞ୍ଜନ ପଣ୍ଡାଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦାନ କରିଥିଲେ । ସୂଚନା ଥାଉ କି ମୃତ ବିଜୟ ଓଡ଼ିଶା ଡ୍ରାଇଭର ମହାସଂଘର ଜଣେ ସଦସ୍ୟ ଥିଲେ ।