ହଟିଲା ବାଲିଚନ୍ଦ୍ରପୁର ବଜାର ଜବରଦଖଲ
ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର : ବଡଚଣା-ବାଲିଚନ୍ଦ୍ରପୁର ରାସ୍ତାର ସଂପ୍ରସାରଣ ଓ ପ୍ରଶସ୍ତି କରଣ କାର୍ଯ୍ୟ ଜବର ଦଖଲ କାରୀଙ୍କ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଏସଂକ୍ରାନ୍ତରେ ଅଭିଯୋଗ ପରେ ସରକାରୀ କଳ ତତ୍ପରତା ଦେଖାଇଛି । ଜବରଦଖଲ କାରିଙ୍କୁ ତୁରନ୍ତ ଜାଗା ଛାଡି ଦେବାକୁ ଦର୍ପଣ ତହସିଲଦାର ପକ୍ଷରୁ ୭ଦିନିଆ ନୋଟିସ୍ ଜାରି କରାଯାଇଥିଲା । ହେଲେ କେହି ଉଠିବାର ନାଁ ଧରିନଥିଲେ । ଫଳରେ ଆଜି ପୂର୍ତ୍ତ ବିଭାଗର ପଦସ୍ଥ ଅଧିକାରୀଙ୍କ ସମେତ ଦର୍ପଣ ତହସିଲଦାରଙ୍କ ଉପସ୍ଥିତରେ ଜବର ଦଖଲ ହଟାଇ ଦିଆଯାଇଛି । ଜବର ଦଖଲ ଯୋଗୁଁ ବଜାରରେ ଟ୍ରାଫିକ ସମସ୍ୟା ଉକôଟ ହେଉଥିଲା । ଜବର ଦଖଲ ହଟିବା କାର୍ଯ୍ୟରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକଙ୍କ ସମେତ ଦର୍ପଣ ଉପତହସିଲଦାର, ପୂର୍ତବିଭାଗ ଉପଖଣ୍ଡ ଅଧିକାରୀ ତପନ କୁମାର ସେଠୀ, କନିଷ୍ଠଯନ୍ତ୍ରୀ ପାର୍ଥସାରଥି ରାୟଗୁରୁ ପ୍ରମୁଖ ଉପସ୍ଥିତ ରହିଥିଲେ ।