ଇଣ୍ଟରନେସନାଲ ବୁକ୍ ଅଫ ରେକର୍ଡସରେ ଦାନିସ ଦେବାଂଶ


ାା ପ୍ରଭାନୁ୍ୟଜ ।ା ଦାନଗଦୀ/ଯଖପୁରା: ତୁଳସୀ ଦୁଇ ପତ୍ରରୁ ବାସିବା ପରି ଦାନଗଦୀ ବ୍ଲକ ଜଖପୁରା ଗ୍ରାମର କୈଶଲ୍ୟା ଓ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଏକମାତ୍ର ବିସ୍ମୟ ବାଳକ ଦାନିସ ଦେବାଂଶ (୪)ଇଣ୍ଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ନିଜ ନାମକୁ ଗୌରବାନ୍ୱିତ କରିଛନ୍ତି । ମାତ୍ର ୩୯ ସେକେଣ୍ଡରେ ଏସିଆ ମହାଦେଶର ୪୮ଟି ଦେଶର ରାଜଧାନୀ ନାମ ଉଚ୍ଚାରଣ କରି ଏହି ସଫଳତା ପାଇଛନ୍ତି ଦାନିସି ଦେବାଂଶ । ନିଜର ବିଚକ୍ଷଣତା ଓ ପ୍ରଖର ବୁଦ୍ଧିମତା ଯୋଗୁଁ ରାଜ୍ୟ ତଥା ଜିଲା ପାଇଁ ଏହି ଗୌରବ ଆଣିଥିବା ବେଳେ ପରିବାର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ରେକର୍ଡ କରିବା ପରେ ତାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଯେ, ୨୦୨୦ ମାର୍ଚ୍ଚ ୨୫ରେ ଜନ୍ମଗ୍ରହଣ କରିଥିବା ଦାନିସି ଦେବାଂଶଏବେ ସ୍ଥାନୀୟ ଏଷ୍ଟି ଜାଭିୟର ଇଂରାଜୀ ବିଦ୍ୟାଳୟର ଏଲ.କେ.ଜିରେ ଅଧୟନ କରୁଛନ୍ତି । ଗତ ବର୍ଷ ଇଣ୍ଡିଆ ବ୍ଲକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ଏବର୍ଷ ସେ ଦ୍ୱିତୀୟ ସଫଳତା ହାସଲ କରିଛନ୍ତି । ଭବିଷ୍ୟତରେ ଲିମ୍କା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତ ଚଳାଇଥିବା ତାଙ୍କ ପିତାମାତା କହିଥିବା ବେଳେ ବଡ଼ ହେଲେ ଭବିଷ୍ୟତରେ ପୁଅକୁ ଜଣେ ବୈଜ୍ଞାନିକ କିମ୍ୱା ଡାକ୍ତର କରିବା ପାଇଁ ଆଶା ରଖିଛନ୍ତି । କେବଳ ଏତିକି ନୁହେଁ, ସଂସ୍କୃତ ଶ୍୍େଲାକଗୁଡ଼ିକ ନିର୍ଭୁଲ ଭାବେ ଆବୃତି କରି କରିପାରୁଛନ୍ତି ଏହି ବିସ୍ମୟ ବାଳକ । ଦେବାଂଶଙ୍କ ପିତା ନିକଟସ୍ଥ ଭିସା ଷ୍ଟିଲରେ ଜଣେ ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ଦାନିସଙ୍କର ସଫଳତାରେ ତାଙ୍କ ବିଦ୍ୟାଳୟର ପ୍ରିନ୍ସପାଲ, ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।