ବାବା ବଳିଆଙ୍କ ମାର୍ଗ ଦର୍ଶନ 

 ରାଜକନିକା:  ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ୪୯ତମ ବାର୍ଷିକୋତ୍ସବ ଉଦ୍ୟାପନୀରେ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କୁ ବହୁ ଆଧ୍ୟାତ୍ମିକ ଓ ସାରଗର୍ଭକ ବାଣୀକହି ମାର୍ଗ ଦର୍ଶନ ଦେଇଥିଲେ । କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ.ପ୍ରଦୀପ ଦାସ ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରାଜକନିକା ଅଥଲେଟିକଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ କନିକା ପୂଜ୍ୟ ପୂଜା ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର, ବିପିନ ରାଉତ ଦାମୋଦର ଧଳ ପ୍ରମୁଖ ଉପସ୍ଥିତ ଥିଲେ,ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ, ଆକାଉଟାଣ୍ଟ ଜୟନ୍ତ ମଥାନ ଡ. ସଂଜୀବ ଦାଶ ଡ. ଅଜୟ କୁଣ୍ଡ, ଡ. ରଞ୍ଜନ ରଥ ପ୍ରଫେସର ସଞ୍ଜୟ ମହାନ୍ତି ପ୍ରଯୁକ୍ତା ପ୍ରିୟ ଦର୍ଶିନୀ, ଦେବଦାସ ପ୍ରଧାନ ବିଶ୍ୱ ଭୂଷଣ ପ୍ରଧାନଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଆଲୁମିନିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଗୋପୀନାଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା