ଜାତୀୟ ଯୁବ ଦିବସ ପାଳିତ

ଆସିକା : ଆସ୍କା ବ୍ଲକସ୍ଥିତ ନିମିନା ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ, କେନ୍ଦୁପଦର ଠାରେ ଜାତୀୟ ଯୁବ ଦିବସ ଓ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଯୁବ ରେଡ୍ କ୍ରୋସ୍,  ରେଡ୍ ରିବନ କ୍ଲବ ଓ ଗଞ୍ଜାମ ଶାଖାର ବିବେକାନନ୍ଦ ସଂସଦର ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ହରି ଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ଓ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିବେକାନନ୍ଦ ଲୋକ ସଂସଦର ଦକ୍ଷିଣାଞ୍ଚଳ ସଂଯୋଜକ ଡ଼କ୍ଟର ପୁରୁଷୋତ୍ତମ ସାହୁ ମୁଖ୍ୟବକ୍ତା ଓ ରେସପଣ୍ଡ ସଂସ୍ଥାର ସଂସ୍ଥାପକ ଶ୍ୱସ୍ତି ସୁନ୍ଦର ସିୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସ୍ୱଛାସେବୀମାନଙ୍କୁ ଉଦ୍ବୋଧନ କରିଛନ୍ତି । ବିବେକାନ୍ଦ ସଂସଦର ସଦସ୍ୟା ସୁଶ୍ରୀ କେ. ଜ୍ୟୋତି ପାତ୍ର ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଉଦବୋଧନୀ ପାଠ କରିଥିଲେ । ସ୍ୱାମୀ ବିବେକାନନ୍ଦ ନୀତି ଆଦର୍ଶ, ରେ ଅନୁପ୍ରାଣିତ ହେବାକୁ ଅତିଥି ମାନେ ମତ ରଖିଥିଲେ । ଯୁବ ସମାଜ ପାଠପଢା ସହ ସମାଜସେବାରେ ବ୍ରତୀ ହେବାକୁ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ । ଯୁବ ରେଡ୍ କ୍ରୋସ୍ର ସଂଯୋଜକ ଡ଼କ୍ଟର କୁନା ସୁନା ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିବା ବେଳେ ସଂଯୋଜିକା ସୁଶ୍ରୀ ଶୁଭଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।