ରଥ ଖଳାରୁ...


 ପୁରୀ, : ଶେଷ ପର୍ଯ୍ୟାୟରେ ପହଞ୍ଚôଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣର ୫୦ତମ ଦିବସରେ ୭୮ଜଣ ମହାରଣା, ୭୭ଜଣ ରଥ ଭୋଇ, ୪ଜଣ କରତି, ୧୭ଜଣ କମାର, ୨୧ଜଣ ରୂପକାର, ୩୫ଜଣ ଚିତ୍ରକାର, ୨ଜଣ ତୁମ୍ବ ବିନ୍ଦ କାରିଗର, ୨ଜଣ ପାହି ମହାରଣା ଓ ଜଣେ ରଥଖଳା ସହାୟକ ଏପରି ମୋଟ ୨୭୩ଜଣ ସେବକଙ୍କୁ ନିୟୋଜିତ କରାଯାଇଥିଲା । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସେମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବଦିନ ରଥ ଚାଳିରେ ୩ରଥର ପ୍ରଭା ଫ୍ରେମ୍ରେ ପଟା ପକାଯିବା ସହ ରଥ ଉପର ବେଦୀ ପ୍ରସ୍ତୁତି ପାଇଁ ୪ନାହାକା ଆଗ ଓ ପଛ ଢମକରେ ୫ଟି ଜଗତ ପୃଷ୍ଠ ଶ୍ରେଣୀ ପଡ଼ି କଣ୍ଟା ବାଡ଼ିଆ ଶେଷ ହୋଇଥିଲା । ଉକ୍ତ ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଣ୍ଟିଂ ପରେ ପଲିସ କାର୍ଯ୍ୟ ଶେଷ ହୋଇଛି । ୩ରଥର ୧୨ଟି ଦୁଆର ବେଢାରୁ ୨ଟି ଲେଖାଏଁ ଦୁଆର ବେଢାର ନିର୍ମାଣ ଶେଷ ହୋଇଥିଲା । ଏହାପରେ ଆଉ ୨ଟି ଲେଖାଏଁ ଦୁଆର ବେଢା ନିର୍ମାଣ ଶେଷ ହେବା ପରେ ସେଥିରେ ଚନ୍ଦ୍ରଶାଳୀ ଖଞ୍ଜା ଶେଷ ହୋଇଛି । ୩ରଥର ବେଦୀ ନିର୍ମାଣ ପାଇଁ ଜଗତ ପୃଷ୍ଠ ଶେଣୀ ପଡ଼ି ଉଭୟ ପାଶ୍ୱର୍ରେ ୩ଟି ଲେଖାଏଁ ବାହୁଟ ଫାଳିଆ ବାଡ଼ିଆ ଯାଇଥିଲା । ଏହା ପରେ ବେଦୀ ଉପରେ ପଟାପଡ଼ିବା ସଂପନ୍ନ ହୋଇଛି । ରୂପକର ସେବକମାନେ ୩ରଥର ମୋଟ ୨୪ଟି ନାଟଗୋଡ଼ରୁ ୧୮ଟି ନାଟଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଥିଲେ । ଅବଶିିଷ୍ଟ ୬ଟି ନାଟଗୋଡ଼ର ରାହୁ ରୂପ ଖୋଦେଇ ସଂପନ୍ନ କରି ୩ରଥର ପଟାଗୁଜ ଗୁଡ଼ିକରେ ସେମାନେ ନର ବିରାଳ, ସିଂହ ବିରାଳ ସ ଗଜ ବିରାଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକର ସେବକମାନେ ୩ରଥର ନାଟଗୋଡ଼ ଗୁଡ଼ିକରେ ରଂଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି ।