କାଳବୈଶାଖୀରେ ଭାଙ୍ଗିଲା ଘର   

 ବରୀ : ଗତକାଲି ରାତିରେ କାଳବୈଶାଖୀର ପ୍ରଭାବରେ ବରୀ ବ୍ଲକ ଭଅଁରା ଗ୍ରାମର ବିଷୁଚରଣ ଜେନାଙ୍କ ଏକ ବଖରା ଛଣ ଛପର ଭାଙ୍ଗି ତଳେ ପଡିଛି । ସେ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି ହୋଇଥିବାରୁ ଘର ଖଣ୍ଡେ କରିବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ବୋଲି ବରୀ ତହସିଲଦାର ନିକଟରେ ଆବେଦନ କରିଛନ୍ତି । ତୁରନ୍ତ ଏହାକୁ ତଦନ୍ତ ଆର୍ଥିକ ସାହାୟ୍ୟ କରିବା ପାଇଁ ନିବେଦନ କରିଛନ୍ତି ।