କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ 

ରାଜକନିକା: ରାଜକନିକା ବ୍ଲକ ଦେଉଳସାହି ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ନାୟକ, ମୁଖ୍ୟବକ୍ତା ଭାବେ ସିଆରସିସି ଶଶିକାନ୍ତ ଖଟୁଆ ଓ ବରୁଣା ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଅଭୟ ବରଜ, ଦେଓଗାଁ ୟୁଜିୟୁପି ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ବରୁଣା ପ୍ରଧାନଶିକ୍ଷକ ଅନୁରାଗ ସାମଲ, ଗୋବିନ୍ଦପୁର ୟୁଜିୟୁପି ଅବସରପ୍ରାପ୍ତ ଜନ୍ମେଜୟ ସାହୁ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଅର୍ଜୁନ ଚରଣ ନାୟକ ସମ୍ମାନିତଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶିକ୍ଷକ ସଞ୍ଜୟ ବରଜ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାଳତୀ ମହାନ୍ତି, ସବିତା ନାଥ ଓ ଭାଗ୍ୟବତୀ ରାଉତ, ମହେଶ୍ୱର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଓପିଟିଏର ସମସ୍ତ ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଭୁଲୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।