କ୍ରୋମନଗର ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ : ଦାବି ପୂରଣ ନହେଲେ ଆନେ୍ଦାଳନ ଚେତାବନୀ
ବ୍ୟାସନଗର: ଓଡ଼ିଶା ଖଣି ନିଗମ ପରିଚାଳିତ ଫେରୋକ୍ରୋମ କାରଖାନା ପରିସରରେ ଥିବା କ୍ରୋମନଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତର ନେଇ ଉପୁଜିଛି ବିବାଦ । ମାସମାସ ଧରି ବିବାଦ ଲାଗିରହିଥିବା ବେଳେ ବିଦ୍ୟାଳୟ ସୁରକ୍ଷା କମିଟି ଦୁର୍ବାର ଆନେ୍ଦାଳନ କରିବାକୁ ଚେତାବନି ଦେଇଛି । ୫୮ବର୍ଷର ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ଖଣି ନିଗମ ଉଦ୍ୟମ ଚଳାଇଛି । କିନ୍ତୁ ଏହା ଆମେ କରିବାକୁ ଦେବୁନୁ । କୈାଣସି ମତେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ଚାଲିଥିବା ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବୁନି । ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନି ଦେଇଛି ବିଦ୍ୟାଳୟ ସୁରକ୍ଷା କମିଟି ।
ବିଦ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ କୁହାଯାଇଥିଲା କି ଓଏମସି ପରିଚାଳିତ କାଳିଆପାଣି ଏବଂ ଦୈତାରୀରେ ସରକାରୀ ନିୟମ ମୁତାବକ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଓ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଇଛି । ବିଦ୍ୟାଳୟର ମରାମତି ନିମିତ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ତାହା ଆଜି ଭଗ୍ନ ଅବସ୍ଥାରେ । ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟରେ ପିଲା ମାନଙ୍କୁ ନାମ ନଲେଖାଇବାପାଇଁ ଫେରୋକ୍ରୋମ କାରଖାନା କର୍ତ୍ତୁପକ୍ଷ ଶିକ୍ଷକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯାହାକୁ ବିରୋଧ କରି ସୁରକ୍ଷା କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲାପାଳ ଅଭିଯୋଗ ଶୁଣିବା ପରେ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଏବଂ ସୁ-ପରିଚାଳନା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଫଳ ଶୂନ । ଓଏମସି କର୍ତୁପକ୍ଷ ଚକ୍ରାନ୍ତ କରି ବିଦ୍ୟାଳୟକୁ ଅସୁରକ୍ଷିତ ଦର୍ଶାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମସୁଧାକରି ବିଜୁଳି ଓ ପାଣି ସଂଯୋଗ କାଟି ଦେବାକୁ ଧମକ ଦେଇଛି । କାରଖାନା କର୍ତୁପକ୍ଷଙ୍କ ଚକ୍ରାନ୍ତ ବିରୁଦ୍ଧରେ କମିଟି ବିଭିନ୍ନ ଫୋରମରେ ଅଭିଯୋଗ କରିବା ପରେ ଗଲାମାସ ୨୯ତାରିଖରେ ଏକ ପୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ କାରଖାନା ଅଧିକାରୀଙ୍କୁ କମିଟି ୫ଦଫା ଦାବିପତ୍ର ପ୍ରଦାନ କରିଥିଲା । ପ୍ରଦତ ଦାବି ପୂରଣ ପାଇଁ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ବି ପୂରଣ କରିବା ପରିବର୍ତେ ବିଦ୍ୟାଳୟକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଲାଇଛନ୍ତି । ଚକ୍ରାନ୍ତ ବିରୁଦ୍ଧରେ କମିଟି ଏବଂ ଅଭିଭାବକ ଆଜି ଏକାଠି ହୋଇ କାରଖାନା କର୍ତୁପକ୍ଷଙ୍କ ବିରୁଦ୍ଧରେ ଆନେ୍ଦାଳନ କରିବାକୁ ପଛାଇବେ ନି ବୋଲି କହିଥିଲେ । ଉକ୍ତ୍ ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ପିତବାସ ମିଶ୍ର, ଉପସଭାପତି ଇନ୍ଦ୍ରମଣି ଭୁୟାଁ, ସଂପାଦକ ସଂଗ୍ରାମ କେଶରୀ ପହି, ଅନୁପ କୁମାର ରାଉତ, ଉପଦେଷ୍ଠା ବିଦ୍ୟାଧର ମହାନ୍ତି, ପ୍ରଫୁଲ ନାୟକ, କାଉନସିଲର ବିଜୟ ଜେନା, କୁନି ହାସଁଦା, ବୁଦୁନି ଦରାଇ, ଅନୁପ ନାୟକ, ବ୍ରଜ କିଶୋର ପତି, ସଂଜୟ ଦେଓ, ରବି ପୃଷ୍ଟିପ୍ରମୂଖ ଉପସ୍ଥିତ ରହିଥିଲେ । ସୂଚନା ଥାଉକି ୧୯୬୭ ଏବଂ ୧୯୭୦ମସିହାରୁ ସ୍ଥାପିତ ହୋଇ ନିରନ୍ତର ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲା ।