ତ୍ରିଦିବସୀୟ ସ୍କୁଲ ବିକାଶ ପ୍ରଶିକ୍ଷଣ ଶିବିର

ବନ୍ତ: ବନ୍ତ-ବନ୍ତବ୍ଲକଟିଲୋ ସରକାରୀ ହାଇସ୍କୁଲରେ ତ୍ରି-ଦିବସୀୟ ପ୍ରଧାନଶିକ୍ଷକଙ୍କ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି । ଏହିପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡ଼ା ଆନୁକୁଲ୍ୟରେ ଅନୁଷ୍ଠିତ ହେଉଛି । ଏଥିରେ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିଚର ଏଜୁକେଟର ମଧୁସ୍ମିତା ତ୍ରିପାଠୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ଗୋଷ୍ଠୀ ସହଶିକ୍ଷାଧିକାରୀ ହରେକୃଷ୍ଣ ଆପଟ ଓ ସମ୍ବଳ ଶିକ୍ଷକ ପ୍ରଫୁଲ୍ଲ ଦାସ, ମାନସ ଭୂୟାଁ, ସନାତନ ଦାସ, ରମାକାନ୍ତ ଜେନା ଶିକ୍ଷାଦାନ କରିଥିଲେ । ଶିବିର ପରିଚାଳନା ଶିକ୍ଷକ ଜଗତ ଜୀବନ ଜେନା  କରିଥିଲେ । ଛୟାଳସିଂହ, ତରାପୁର, ଟିଲୋ, ଚାଇପୁର ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ତ ସମସ୍ତ ପ୍ରଧାନଶିକ୍ଷକ ଯୋଗଦେଇଥିଲେ ।