ବାଙ୍କୁଆଳ ପ୍ରିମିୟର ଲିଗ୍
ବାଲିଅନ୍ତା : ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍) ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ୍ ୩ଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି । ଉଦ୍ଘାଟନୀ ଉସôବରେ ବାଙ୍କୁ ଆଳ ଗ୍ରାମ୍ୟ କମିଟି ସଭାପତି କବିରାଜ ସ୍ୱାଇଁ, କ୍ଷୀରୋଦ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଭାଗବତ ମୁଖୀ ଓ ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ସେମି ଫାଇନାଲରେ ଏଫ୍ସିସି କେଶୁରା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ସାଇ ଲିଜେଣ୍ଡ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ୧୧ ଓଭରରେ ୧୩୭ ରନ୍ରେ ୩ଟି ୱିକେଟ୍ ହରାଇ ୭ ୱିକେଟ୍ ରେ ବିଜୟ ଲାଭ କରିଛି । ତେବେ ବିଜୟୀ ଦଳର ଦିଲୀପ ମହାକୁଡ଼ଙ୍କ ୪୮ବଲ୍ରେ ୧୦୮ ରନ୍ କରିଥିଲେ । ସମାଜସେବୀ ବିଜୟ ପ୍ରଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ବିତରଣ କରିଥିଲେ । ୨୪ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।