ଭତ୍ତାରୁ ବଞ୍ଚôତ ଦୃଷ୍ଟିହୀନ ମହିଳା
କନ୍ଧମାଳ /ଫିରିଙ୍ଗିଆ : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ଅସହାୟ, ଭିନ୍ନକ୍ଷମ, ଦୃଷ୍ଟିହୀନ ଜୀବନକୁ ସହଜ ସମ୍ମାନ ଜନକ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଯୋଜନା ବାଟବଣା ହେଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମରେ । ଏହି ଗ୍ରାମର ବାସିନ୍ଦା ନୁରା ଦିଗାଲ (୫୫) ୬୦ ପ୍ରତିଶତ ଦୃଷ୍ଟିହୀନ ହୋଇଥିବାବେଳେ ଭତ୍ତା ପାଇବାରୁ ବଞ୍ଚôତ ରହିଛନ୍ତି । ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ସତ୍ତ୍ୱେ୍ୱ କୌଣସି ସଫଳ ମିଳିନଥିବା ହିତାଧିକାରୀ ଜଣଙ୍କ କହିଛନ୍ତି । ନୁରା ଦିଗାଲଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସେ ବହୁତ ଅସୁବିଧାରେ ଜୀବନ ବିତାଉଛନ୍ତି । ତେଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଷ୍ଟିହୀନ ନୁରା ଦିଗାଲଙ୍କୁ ଦୃଷ୍ଟିହୀନ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ପାଇଁ ରାଇଗୁଡା ଗ୍ରାମବାସୀ ଓ ବୃଦ୍ଧିଜୀବୀ ମହଳରୁ ଦାବି କରିଛନ୍ତିି ।