ରାସ୍ତାର ପୁନରୁଦ୍ଧାର ଦାବି
ଆନନ୍ଦପୁର: ପଦ୍ମପୁର ପୁରୁଣା ସାହି ଛକ ନିକଟରୁ ହନୁମାନ ଛକ ପର୍ଯ୍ୟନ୍ତ ସଂକୁଚିତ ରାସ୍ତାର ପୁନଃରୁଦ୍ଧାର ଦାବି କରାଯାଇଛି । ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ୧ ଏବଂ ୨ ନମ୍ବର ୱାର୍ଡ ବାସିନ୍ଦା ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ରାସ୍ତା ସଂକୁଚିତ କାରଣରୁ ସ୍କୁଲ ପିଲା ମାନଙ୍କ ଠାରୁ ଆରମ୍ଭ କରି ପରିବା ବୋଝେଇ ଗାଡି ପର୍ଯ୍ୟନ୍ତ ଯାତାୟତ କରିବାରେ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ସ୍କୁଲ ପଡିଆକୁ ରାସ୍ତା ନଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲାପାଳ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେହି ଦୃଷ୍ଟିରୁ ଏସବୁ ସମସ୍ୟାର ଖୁବ ଶୀଘ୍ର ସମାଧାନ ପାଇଁ କାଉନସିଲର ଲକ୍ଷ୍ମୀଧର ଦେହୁରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସମସ୍ୟାର ତୁରନ୍ତ ସମାଧାନ ନହେଲେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।