ମଦନପୁର ମହାବୀର ଚ୍ୟାଲେଞ୍ଜ ଟ୍ରଫି:  ପାରାଦୀପକୁ ହରାଇ ଯାଜପୁର ବିଜେତା

ପଟ୍ଟାମୁଣ୍ଡାଇ: ମଦନପୁର ମହାବୀର ୟୁଥ୍ କ୍ଲବ ଆୟୋଜିତ ରାଜ୍ୟସ୍ତରୀୟ ମହାବୀର ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ପ୍ରତିଯୋଗିତା-୨୦୨୫ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭାଗନେଇ ଇନଜାନପୁର ଯାଜପୁର ଡାଇମଣ୍ଡ କ୍ରିକେଟ କ୍ଲବ୍ ପାରାଦୀପକୁ ୨ ଓି୍ୱକେଟରେ ହରାଇ ବିଜେତା ଘୋଷିତ ହୋଇଛି । ପ୍ରଥମେ ଟସ୍ ଜିତି ଯାଜପୁର ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ୨୦ ଓଭର ବିଶିଷ୍ଟ ଏହି ଖେଳରେ ୯ ଓି୍ୱକେଟ ହରାଇ ୨୨୬ ରନର ବିଶାଳ ସ୍କୋର ହାସଲ କରିଥିଲା । ୨୨୬ ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ପର୍ଯାୟରେ ପଡିଆକୁ ଓହ୍ଲାଇଥିବା ପାରାଦୀପ  ଜବାବରେ ସମସ୍ତ ଓି୍ୱକେଟ ହରାଇ ୨୨୪ ରନ କରି ପରାଜୟ ବରଣ କରିଥିଲା । ଚାମ୍ପିଅନ ଯାଜପୁରକୁ ୧୫ ହଜାର ଅର୍ଥରାଶି ସହ ଟ୍ରଫି ଓ ରନର୍ସଅପ୍ ପାରାଦୀପକୁ ୧୦ ହଜାର ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । କଥାକାର ପ୍ରଦୀପ ନାୟକଙ୍କ ପୌରହିତ୍ୟରେ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଶ୍ରୀରାମ ସେନାର ମୁଖ୍ୟ ସଂଯୋଜକ ଯୁବନେତା ଶାରଦା ପ୍ରସାଦ ରାଉତ, ମୁଖ୍ୟବକ୍ତା ଯାମିନୀକାନ୍ତ ଭୂୟାଁ, ଆଡଭୋକେଟ୍ ହାଇକୋଟ୍, ସମ୍ମାନିତଅତିଥି ଭାବେ ଛାତ୍ରନେତା ଇତିଶ ପ୍ରଧାନ, ସୌମ୍ୟରଞ୍ଜନ ଧଳ ପୂର୍ବ ଓଡିÿଶା ନିର୍ମାଣ ଶ୍ରମିକନେତା, ଓଡିÿଶା ସାଇନ୍ ଫାଉଣ୍ଡେସନ ସମୀର ବାଇ, ଡ. ସୁଶାନ୍ତ ସାହୁ, ବାସୁଦେବ ମଲ୍ଲିକ, ନିହାର ରଞ୍ଜନ ବିଶ୍ୱାଳ । ଖେଳ ପରିଚାଳନା କରିଥିଲେ ନିରଞ୍ଜନ ଦାଶ ଓ ଅଞ୍ଜନ ବେହୁରା । ମହାବୀର ୟୁଥ୍ କ୍ଲବ୍ ସଭାପତି ଆଶିଷ ରାଉଳ, ଅରବିନ୍ଦ ବେହୁରା, ମ୍ୟାନେଜର ସଚ୍ଚିଦାନନ୍ଦ ପାତ୍ର, ଭାଷ୍ୟକାର ସୁଧୀର ବେହୁରା, ଅସିତ୍ ତ୍ରିପାଠୀ, ମହମ୍ମଦ ଶାମି, ରମାକାନ୍ତ ରାଉତ, ପୁଷ୍ପେନ୍ଦ୍ର ଦାସ, ରାଜକିଶୋର ସାହୁ, ସୌମ୍ୟରଞ୍ଜନ ବେହୁରା, ପ୍ରଶାନ୍ତ ନାୟକ, କିରଣ ନାଥ, ପ୍ରଦୀପ ମହାରଣା, ନାରାୟଣ ମଇ, ମହେନ୍ଦ୍ର ଦାସ, ହ୍ରିତିକ ମହାରଣା, ଅମିତ୍ ମହାନ୍ତି, ବିରୋଜ ସାହୁ, ପ୍ରଦୁ୍ୟମ୍ନ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।