କ୍ରୋମାଇଟ ଡିପୋ ଉପରେ ଚଢଉ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର କହରାପୋଖରୀ ପେଟ୍ରୋଲ ପମ୍ପ ପାଶ୍ୱର୍ରେ ଥିବା ବିହାର ରାଜ୍ୟର କୁଲବଂଶ ସିଂଙ୍କ ବେଆଇନ କ୍ରୋମାଇଟ ଡିପୋରେ ଗୁରୁବାର ଖଣିବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବାରିପଦା ଉପନିଦେ୍ର୍ଦଶକ କାର୍ଯ୍ୟାଳୟର ଖଣି ଅଧିକାରୀ ଦିଲ୍ଲିପ କୁମାର ମାହାନାଙ୍କ ନେତୃତ୍ୱରେ ଖଣିବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ । ସ୍ଥାନୀୟ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ମାଜିଷ୍ଟ୍ରେଟ ଭାବେ ମୁତୟନ ହୋଇଥିଲେ । ଥାନାଧିକାରୀ କମଳାକାନ୍ତ ଦାସ, ଏଏସଆଇ ସୁଦର୍ଶନ ସେନଙ୍କ ନେୃତ୍ୱରେ ସଶସ୍ତ୍ର ସୁରକ୍ଷାବଳ ଚଢାଉରେ ଅଂଶଗ୍ରହଣ କରିଥିଲେ । ସକାଳୁ ଆରମ୍ଭ ହୋଇଥିବା ଏହି ଚଢାଉ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ବେଆଇନ ଡିପୋରୁ ଜବତ କ୍ରୋମାଇଟ ଗୁଣ୍ଡକୁ ଟ୍ରକ ଯୋଗେ ତହସିଲ ପାଶ୍ୱର୍ ଜବତଡିପୋକୁ ସ୍ଥାନାନ୍ତର କରାଯାଉଛି । ପ୍ରକି୍ରୟା ଶେଷ ହେବା ପରେ ଜବତ ପରିମାଣ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଖଣି ଅଧିକାରୀ ସୂଚନା ଦେଇଛନ୍ତି ।