୩୬ ଘଣ୍ଟା ପରେ ଆସିଲା ଇଣ୍ଟରନେଟ

୩୬ ଘଣ୍ଟା ପରେ ଆସିଲା ଇଣ୍ଟରନେଟ

 ଭଦ୍ରକ : ଭଦ୍ରକରେ ବାରମ୍ବାର ଗୋସୁରକ୍ଷା ଏବଂ ଗୋସେବକଙ୍କ ମୃତ୍ୟୁ ଓ ଧାମନଗରରେ ରାସ୍ତା କଡରେ ଗୋରୁ ମୁଣ୍ଡ ପଡିଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ପରେ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ବନ୍ଦ କରିଦିଆଯାଇଥିଲା  । ଅପରପକ୍ଷରେ ଆଜି ଇଣ୍ଟରନେଟ ପୂର୍ବଭଳି ଚାଲୁରହିଛି  । ଜିଲ୍ଲାରେ ଗୋଚାଲାଣ ବନ୍ଦ ପାଇଁ ଭରସା କରିଥିବା ହିନ୍ଦୁ ଭୋଟରମାନେ ଏସବୁ ଘଟଣା ଦେଖି ଅତ୍ୟନ୍ତ ମର୍ମାହତ ହେବା ସହିତ ସରକାରଙ୍କୁ ଦୋଷାରୋପ କରିଛନ୍ତି  । ଯାହା କାଲି ଭଦ୍ରକ ଜାତୀୟ ରାଜପଥରେ ଦେଖିବାକୁ ପାଇଥିଲେ  । କିଏ କେତେ ପ୍ରକାର କଥା କହୁଥିବା ବେଳେ କିଛି ଯୁବକ ରାସ୍ତା ବନ୍ଦ କରିଥିବା ବେଳେ ପରେ ସେହି ମୃତକ ପରିବାର ବି ବସିଥିଲେ ।

 
ଭଦ୍ରକରେ ବିଜେପି ସରକାର ସାଂସଦ ଏବଂ ୨ଜଣ ବିଧାୟକଙ୍କୁ ଲୋକେ ଜିତେଇଲେଣି କିନ୍ତୁ ଗୋସୁରକ୍ଷା ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି  । କଣ ପାଇଁ କେନ୍ଦ୍ରରୁ ରାଜ୍ୟ ଜିଲ୍ଲାରୁ ହେଡ କ୍ୱାଟର ପର୍ଯ୍ୟନ୍ତ ବିଜେପି ସରକାର କରେଇ ଗୋ ଚାଲାଣ ପାଇଁ ହିନ୍ଦୁ ହତ୍ୟା ହେବେ ବୋଲି ଉଠିଛି ପ୍ରଶ୍ନ  । ପ୍ରାୟ ହିନ୍ଦୁ ସଂଗଠନ ଠାରୁ ସାଧାରଣ ଲୋକଟିଏ ଆଜି ପ୍ରଶ୍ନ କରୁଛି କାହିଁକି ବିଜେପି ସରକାର ଗୋଚାଲାଣ ବନ୍ଦ କରିବା ପାଇଁ ଆଇନ ଆଣୁ ନାହାନ୍ତି  । ଅନ୍ୟ ସମ୍ପ୍ରଦାୟର ଆସାମାଜିକ ବ୍ୟକ୍ତି ବିଶେଷ ମାନେ ରାତିରେ ଦିନରେ ବନ୍ଧୁକ ଗୁଳି ଫୁଟେଇ ଗୋ ଚାଲାଣ ଗାଡ଼ି ନେଉଥିବା ବେଳେ ପୁଲିସ କଣ କରୁଛି ବୋଲି ପ୍ରଶ୍ନ ହୋଇଛି  । ଭଦ୍ରକ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସରକାର ପ୍ରଶାସନ କଣ ପାଇଁ ଆଖି ବୁଜି ବସିଛନ୍ତି ବୋଲି ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି  । ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ ବୋଲି କୁହା ଯାଉଛି  । ଲୋକେ ସରକାର କରେଇ ସେଈ ହିନ୍ଦୁଙ୍କର ଆକ୍ରମଣରେ ମୃତ୍ୟୁ ହେବା କେତେଦୂର ଯଥାର୍ଥ ତାହା ନେଇ ଏବେ ଆଉ ଏକ ପ୍ରଶ୍ନ ଉଠିଛି  । ଗୋସୁରକ୍ଷା ଓ ଗୋଚାଲାଣ ବନ୍ଦ ଆଇନ ଆଣିବା ପାଇଁ ରାଜଧାନୀରେ ଆନ୍ଦୋଳନ ପରେ ମଧ୍ୟ ସରକାର ନିଦା ବିଷ୍ଣୁ ପାଲଟି ଥିବା ଦେଖାଯାଉଛି  । ଭଦ୍ରକରେ ଗୋଚାଲାଣ ରୋକିବା ଦିଗରେ ସରକାର ପ୍ରଶାସନିକ କୌଣସି ଦୃଢ଼ ପଦକ୍ଷେପ ନ ନେବା ବିଜେପି ସରକାରର ତୃଷ୍ଟି କରଣ ନୀତିକୁ ଅଙ୍ଗୁଳି ନିର୍ଦ୍ଧେଶ କରୁଛି ବୋଲି କୁହା ଗଲାଣି  ।