କ୍ରୋମାଇଟ ଲୁଟ୍ ଘଟଣାକୁ ବିତିଲା ୨୭ଦିନ
ସୁକିନ୍ଦା : କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ଚୋରି ଘଟଣାର ସଂପୃକ୍ତଙ୍କ ହାତ କେତେ ଲମ୍ବା ତାହା କହିବା ପ୍ରଶାସନ, ପୁଲିସ ପାଇଁ କାଠିକର ବ୍ୟାପାର ହୋଇପଡ଼ିଛି । ଖୁଲମଖୁଲା କ୍ରୋମାଇଟ ଚୋରି ଘଟଣାରେ ବନ ବିଭାଗ ରଙ୍ଗେ ହାତ ଗୋଟିଏ ଜେସିବି ଏବଂ ହାଇବା ଜବତ କରିବାକୁ ୨୭ଦିନ ବିତିଯାଇଥିଲେ ବି ଅଭିଯୁକ୍ତ କି ମାଷ୍ଟର ମାଇଣ୍ଡକୁ ଧରିବାକୁ ସଫଳ ହୋଇନି ।
ସୁକିନ୍ଦା କ୍ରୋମ ଜୋନ୍ ଅନ୍ତର୍ଗତ ଏକ ପରିତ୍ୟକ୍ତ ଖଣିରୁ କ୍ରୋମାଇଟ ଲୁଟ୍ ହେଉଥିବା ସୂଚନା ପାଇ ସୁକିନ୍ଦା ଓ ଟମକା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଘଟଣାକୁ ନେଇ ସେତେବେଳେ ଏହା ସମଗ୍ର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । ଲୁଟ୍ ପଛରେ ଏକ ବଡ଼ ରାକେଟ ଥିବା ସହଜରେ ଜଣାପଡ଼ିଯାଉଥିଲା । ହେଲେ ଘଟଣାକୁ ୨୭ଦିନ ବିତିଗଲା ପରେ ମଧ୍ୟ ଚୋରା କ୍ରୋମାଇଟ କାରବାରରେ ସଂପୃକ୍ତ ମାଫିଆଙ୍କୁ ଧରିବାରେ ବନ ବିଭାଗ ବିଫଳ ହୋଇଛି । ଜବତ ମେସିନ ଓ ଗାଡ଼ିର ମାଲିକାନା ଜାଣିବା ପାଇଁ ବନବିଭାଗ ଆଂଚଳିକ ପରିବହନ ବିଭାଗକୁ ଜଣାଇ ବସି ରହିଛି । ଗୋଟେ ପଟେ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବା କ୍ଷେତ୍ରରେ ସରକାର କଡା ପଦକ୍ଷେପ ନେବାକୁ କହୁଥିବା ବେଳେ ବନବିଭାଗର ଶିଥିଳତା ଲୋକଙ୍କ ସନେ୍ଦହକୁ ଦୃଢୀଭୂତ କରିଛି । ତେବେ ବନ ବିଭାଗ ନିରବତା ପଛରେ ରାଜନୈତକ ନେତାଙ୍କ ସଂପୃକ୍ତି ଥିବାର ସାଧାରଣରେ ସନେ୍ଦହ ଦୃଢିଭୁତ ହେବାରେ ଲାଗିଛି । ଦେଖାଯାଉ କ୍ରୋମାଇଟ ମାଫିଆଙ୍କୁ ଧରିବାରେ କେବେ ସଫଳ ହେଉଛି ବନବିଭାଗ । ଡିଡିଏମ ଏହି ଘଟଣାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।