ଚାପ ଦେଇ ପିଲାଙ୍କୁ ପଢେଇବା ବନ୍ଦ ହେଉ: ମନ୍ତ୍ରୀ

 ତିହିଡି: ତିହିଡ଼ି ଡିଗ୍ରୀ କଲେଜ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର ପ୍ରସାଦ ସାମଲଙ୍କ ପୌରୋହିତ୍ୟ ଏବଂ ଅଧ୍ୟାବକ ଡ. ବଂଶୀଧର ବେହେରାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଯୋଗଦେଇ ବହିରେ ଲେଖା ଯାଇଥିବା ପାଠ ଉପରେ କେବଳ ଗୁରୁତ୍ୱ ଦେଇ ପିଲାଙ୍କୁ ପରୀକ୍ଷା ପାଇଁ ପଢେଇବା ବନ୍ଦ ହେଉ । ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ଶିକ୍ଷାନୁଷ୍ଠାନଗୁଡିକ ଗବେଷଣା ଆଧାରିତ ଅନୁଷ୍ଠାନ ବୋଲି କହିବା ସହିତ ସେମାନେ ଶୃଜନଶୀଳତାର ସହିତ ଚିନ୍ତା କରନ୍ତୁ ଏବଂ ସେମାନଙ୍କ ମନରେ ନବଉନ୍ମେଷଣ ସୃଷ୍ଟି ହେଉ ବୋଲି କହିଥିଲେ । ମୁଖ୍ୟବକ୍ତା ଓଡ଼ିଶାର ଗୀତିକାର ଡ. ପଞ୍ଚାନନ ନାୟକ, ସମ୍ମାନିତଅତିଥି ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ସମାଜସେବୀ ରଘୁନାଥ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ ।  ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରତାପ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଦେବେନ୍ଦ୍ର ପ୍ରସାଦ ଉଦ୍ଗାତା ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ସ୍ୱପ୍ନା ବାସବଦତ୍ତା ସୂତାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ସ୍ତରରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ଶିକ୍ଷା ବିଭାଗର ଛାତ୍ରୀ ଦିବ୍ୟାରାଣୀ ଦତ୍ତ ଏବଂ ସମାଜ ବିଜ୍ଞାନ ବିଭାଗର ଛାତ୍ରୀ ବର୍ଷାରାଣୀ ସାହୁଙ୍କୁ ପ୍ରମାଣ ପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଥିବା ବେଳେ ୨୦୨୩ ଓ ୨୦୨୪ ଶିକ୍ଷା ବର୍ଷରେ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ବିଭାଗର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ସେହିପରି ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟ୍ରଫି ଓ ପ୍ରମାଣପତ୍ର ସହ ପୁସ୍କୃତ କରାଯାଇଥିଲା । ଅଧ୍ୟାପକ ଜୀବନାନନ୍ଦ ପାଣିଗ୍ରାହୀ, ନାରାୟଣ ପୃଷ୍ଟି, ହରିହର ନାୟକ, ବିରଂଚିନାରାୟଣ ମହାନ୍ତି, ଅଶୋକ ଗୋଚ୍ଛାୟତ, କମଳାକାନ୍ତ ଓଝା, ଲକ୍ଷ୍ମୀକାନ୍ତ ବ୍ରହ୍ମ, ରବିନାରାୟଣ କରଣ, ସମର ମାଝୀ, ସୂର୍ଯ୍ୟସାରଥି ବାରିକ, ଅଧ୍ୟାପିକା ସଂଘମିତ୍ରା ବେହେରା, ସୁନିତା ପ୍ରିୟଦର୍ଶନୀ ତ୍ରିପାଠୀ, ସୁଜାତା ବେହେରା, ଚନ୍ଦ୍ରକାନ୍ତୀ ବନ୍ଧ, ଡ. ପ୍ରଣତୀ ପଣ୍ଡା, ଡ. ଜାମ୍ବବତୀ ସାହୁ, ସ୍ୱପ୍ନାରାଣୀ ମହାପାତ୍ର, ତନୁଜା ପଣ୍ଡା, ରଜନୀଗନ୍ଧା ବିଶ୍ୱାଳ, ମୁଖ୍ୟ କିରାଣୀ ସୁକାନ୍ତ କୁମାର ମହାପାତ୍ର, କ୍ରୀଡ଼ା ଶିକ୍ଷକ ବିଦ୍ୟାଧର ଭୋଇଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାକର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।