ଜ୍ୟେଷ୍ଠ ବଣ୍ଡକି ହତ୍ୟା ଘଟଣା  , ତଦନ୍ତ ପାଇଁ ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ:  ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ବାଳନ୍ଦାପଡ଼ା ଫାଣ୍ଡି ଅଧୀନରେ ଥିବା ଲୋଇସିଂ ପଞ୍ଚାୟତର ଡାଙ୍ଗାଣାମୁ ଗାଁ ନିକଟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ଜ୍ୟେଷ୍ଠ ବଣ୍ଡକି ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଶନିବାର ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି । ରାଜ୍ୟ ସରକାର ଓ ଏହି ନିଦେ୍ର୍ଦଶ ନାମା ଜାରି କରିବା ପରେ ଗୋଛାପଡା ଥାନାକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚର ତିନିଜଣିଆ ଏକ ସ୍ୱତନ୍ତ୍ର ଟିମ ଓ କ୍ରାଇମବ୍ରାଞ୍ଚ ରଜତ କୁମାର ରାୟ ନାମକ ଜଣେ ଡ଼ିଏସପି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଶନିବାର ତିନି ଜଣିଆ ଟିମ ଆସି ଗୋଛାପଡ଼ା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ଗୋଛାପଡା ଥାନାରେ କନ୍ଧମାଳ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ଓ ଏସଡିପିଓ ସୁ ପ୍ରସନ୍ନ ମଲ୍ଲିକଙ୍କ ସହ ଆଲୋଚନା କରିବା ସହ ଜବତ ହୋଇ ଥାନାରେ ଥିବା ମୃତ ଜ୍ୟେଷ୍ଠ ବଣ୍ଡକିଙ୍କ ବାଇକ୍କୁ ଦେଖିଥିଲେ ଏବଂ ପରେ ଏହି ଟିମ ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ତାଙ୍କର ହତ୍ୟା ହୋଇଥିଲା ତାହାର ସ୍ଥିତି ପରଖିଥିଲେ ଓ ସେପଟେ ଏହି ଟିମ ସହ ଶହ ସାଇଣ୍ଟଫିକ ଟିମ  ସାଇବର ଟିମ୍ ଓ ସ୍ପେଶାଲ ସ୍କ୍ୱାର୍ଡର ଏକ ଟିମ ମଧ୍ୟ ରହିଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନସଧାରଣଙ୍କ ମାଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଇଥିବା ବେଳେ ଏହାକୁ ନେଇ ଶନିବାର ମୃତଙ୍କ ପରିବାର ଲୋକଙ୍କ ସହ କଣ୍ଟାମାଳ ଅଞ୍ଚଳର ଜନସାଧାରଣ ଓ ଗୋଛାପଡା ଅଞ୍ଚଳର ଜନସାଧାରଣ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଥାନା ଘରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଶନିବାର ସକାଳ ଦଶଟା ସମୟରେ ଘଟଣାକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିବା ପରେ ଥାନା ଘେରାଉକୁ ସ୍ଥଗିତ କରାଯିବା ସହ ଗୋଛାପଡା ଠାରେ ଥିବା କୁଇସମାଜ ଶେବା ସମିତିର କାର୍ଯ୍ୟାଳୟ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଲାଗୁଡା ସରପଞ୍ଚ ତଥା ବିଜେପି ନେତା ରୋହିତ କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ ସହ କୁଇସମାଜର ଜିଲ୍ଲା ସଭାପତି ସୁଦର୍ଶନ କହଁର, ବିଜେପି ନେତା ଗୋଲକ କହଁର, ରଘୁପତି କହଁର ଓ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ଓ ପରେ ଏହି ଘଟଣା ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ମୁଖ୍ୟାଳୟଙ୍କୁ ଆସିଥିନବା ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ କନ୍ଧମାଳ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବରେ ନୂତନ ଭାବରେ ଯୋଗଦେଇଥିବା ହରିଶ ବିଶିଙ୍କୁ ଆନେ୍ଦାଳନ କାରି ମାନେ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । 
ତେବେ ସୂଚନା ଅନୁସାରେ ଗତ ଗତ ଛବିଶ ତାରିଖ ଦିନ ଗୋଛାପଡା ଥାନାରେ ଜଣେ ଏସଏଇ, ଜଣେ ହାବିଲଦାର, ଜଣେ ହୋମଗାର୍ଡ ଡ୍ରାଇଭର ଓ ଅନ୍ୟ ଦୁଇଜଣ ହୋମଗାର୍ଡ ଗଞ୍ଜେଇ ଧରିବା ନାରେ କଣ୍ଟାମଲ ଅଞ୍ଚଳର ଜ୍ୟେଷ୍ଠ ବଣ୍ଡକି ନାମକ ଜଣେ ଯୁବକଙ୍କୁ ହତ୍ୟା କାରିଥିବା ନେଇ ମୃତକଙ୍କ ସ୍ତ୍ରୀ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଓ ଅଭିଯୋଗ ଆଧାରରେ ଘଟଣାକୁ ନେଇ ଗୋଛାପଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଜିଲ୍ଲା ଏସପି କମଳ କୁମାର ପଣ୍ଡା ନାମକ ଜଣେ ଡ଼ିଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେବା ସହ କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏସଏଇ ଓ ଜଣେ ହାବିଲଦାରଙ୍କୁ ଚାକିରିରୁ ନୀଳମ୍ବନ କରିବା ସହ ତିନିଜଣ ହୋମଗାର୍ଡକୁ କାର୍ଯ୍ୟରୁ ଅନ୍ତର କରି ତଦନ୍ତ ଜାରିରଖିଥିଲେ ଓ ସେପଟେ ଶନିବାର ହେବାକୁ ଥିବା ଆନେ୍ଦାଳନ ପାଇଁ ଆନେ୍ଦାଳନ କାରି ମାନେ ଏକାଠି ହେଉଥିବା ସମୟରେ ଗୋଛାପଡା ଥାନାରେ ପୂର୍ବତନ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଗୁପ୍ତ ଭାବରେ ଆନେ୍ଦାଳନ କାରି ମାନଙ୍କ ସହ କଥାବାର୍ତ୍ତା କରିବା ସହ ବୁଝାସୁଝା କରିଥିଲେ । ଯାହାଫଳରେ ଥାନା ଘେରାଉ ଭଳି ଏକ ବଡ଼ ଧରଣର ଆନେ୍ଦାଳନ ସ୍ଥଗିତ ହୋଇପାରିଥିଲା । ସେପଟେ ଆନେ୍ଦାଳନ ହେବାର ପୂର୍ବ ସୂଚନା ପାଇ ସୁରକ୍ଷା ଦୃଷ୍ଟିରୁ ଗୋଛାପଡା ଥାନା ପରିସର ପୋଲିସ ଛାଉଁଣିରେ ପରିଣତ ହୋଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହ ସଦର ଏସ୍ଡ଼ିପିଓ ସୁପ୍ରସନ୍ନ ମଳିକ ଓ ଜିଲ୍ଲାର ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।