ବୃଦ୍ଧାଶ୍ରମରେ ଅନ୍ନ ଦାନ ଓ ସେବା ପ୍ରଦାନ    

 ସୋର : ପବିତ୍ର ଗୁରୁଦିବସ ଅବସରରେ ସୋର ସିରିଡ଼ିସାଇ ଆଶ୍ରିତ ଶ୍ରଦ୍ଧାଳୁ ଶିକ୍ଷକ ଓ ବନ୍ଧୁମାନେ ଗୁଡ଼ ସ୍ଥିତ ବୃଦ୍ଧାଆଶ୍ରମ ପରିଚାଳକ ସୁଧାକର ମୁନି ଓ ଅନ୍ତେବାସୀ ବୃଦ୍ଧ ପିତା ମାତାଙ୍କୁ ଅନ୍ନ ପ୍ରଦାନ କରିଥିଲେ  । ଆଗାମୀ ଦିନରେ ଆର୍ଥିକ ଓ ଶାରୀରିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ପ୍ରଧାନଶିକ୍ଷକ ଶୁକଦେବ ନାୟକଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମରେ ଭାରତୀୟ ଦୂରସଞ୍ଚାର ନିଗମ ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ପାତ୍ର, ଶଶିକାନ୍ତ ପ୍ରଧାନ, ନରେନ୍ଦ୍ର ନାୟକ, ଶିକ୍ଷକ ଅନନ୍ତ ନାୟକ, ନିରାକାର ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ଶଶିକାନ୍ତ ଶତପଥୀ, ସୁରଞ୍ଜନ ପଣ୍ଡା, ଅଜିତ ନାୟକ, ମାନସରଞ୍ଜନ ପାଣିଗ୍ରାହୀ, ଶ୍ରୀକାନ୍ତ ଧଳ ଓ ସମାଜସେବୀ ତ୍ରୈଲୋକ୍ୟ ଜେନା ପ୍ରମୁଖ ସହଯୋଗ କରିଥିଲେ ।