କ୍ଲିନିକ୍ ପ୍ରତିଷ୍ଠାତାଙ୍କ ପରଲୋକ
ପୁରୀ: ବଡ଼ଶଙ୍ଖ ଠାରେ ଥିବା ମମତା ଏକ୍ସରେ କ୍ଲିନିକ୍ର ପ୍ରତିଷ୍ଠାତା ତଥା ଜିଲ୍ଳା ମୁଖ୍ୟ ଚିକିସôାଳୟର ଏକ୍ସରେ ବିଭାଗର ଅବସରପ୍ରାପ୍ତ ସିନିଅର ରେଡ଼ିଓ ଗ୍ରାଫର ହରିନାରାୟଣ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ତାଙ୍କର ନିଜସ୍ୱ ବାସଭବନ ସିଦ୍ଧମହାବୀର ମୈତ୍ରୀ ବିହାର ଲେନ୍ରେ ଗତ ୨୯ ତାରିଖ ରାତିରେ ପରଲୋକ ଘଟିଛି । ତାଙ୍କର ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ମାନସ ମୁଖାଗ୍ନି ଦେଇଥିଲେ । ମୃତୁ୍ୟଶଯ୍ୟା ନିକଟରେ ଝିଅ, ଜ୍ୱାଇଁ, ବହୂ, ନାତିନାତୁଣୀ, ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ପଟ୍ଟନାୟକ ଜଣେ ପରଉପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ, ବନ୍ଧୁବସôଳ ବ୍ୟକ୍ତି ଥିଲେ ।