ଯକୃତ ପୀଡିତଙ୍କୁ ସହାୟତା

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କ୍ରେଡିଟ କୋ ଅପରେଟିଭ ସୋସାଇଟ୍ ପକ୍ଷରୁ ବାପା ଛେଉଣ୍ଡ ସ୍ୱର୍ଗତ ମମତାଜ ଖାନଙ୍କ ପୁତ୍ର ଅଷ୍ଟମ ଶ୍ରେଣୀର ଛାତ୍ର ଅସଲାମ ଖାନଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ପ୍ରଦାନ କରାଯାଇଛି । ଛାତ୍ରଟିର ଦୁଇଟି ଯାକ କିଡ୍ନୀ ଖରାପ ଥିବାରୁ ସପ୍ତାହରେ ୩ଥର ଡାଇଲିସିସ୍ କରିବାକୁ ପଡୁଛି । ତାଙ୍କ ପରିବାରରେ କୌଣସି ରୋଜଗାରର ବାଟ ନଥିବାରୁ ଖବର ପାଇ ସୋସାଇଟ୍ ପକ୍ଷରୁ ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ ଅଳତି ଭରତପୁର ପଂଚାୟତ ପଣସଦା ଗ୍ରାମକୁ ଯାଇ ତାଙ୍କୁ ୧୦ ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରିବା ସହିତ ତାଙ୍କ ମା ରଇସା ବିବିଙ୍କୁ ପ୍ରତ୍ୟେକ ମାସକୁ ତାଙ୍କ ପରିବାର ଚଳାଇବା ପାଇଁ ସହାୟତା ପ୍ରଦାନ କରିବାକୁ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ବାଲିଚନ୍ଦ୍ରପୁର ଶାଖା ପରିଚାଳିକା ସନ୍ତେଷୀ ସାମଲ, ଜମା ସଂଗ୍ରହକାରୀ ଏଜେଣ୍ଟ ରଂଜିତ ଦାସ, ଦେବେନ୍ଦ୍ର ପରମାଣିକ, ରାକେଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ