କ୍ୟାପିଟାଲ ହାଇସ୍କୁଲରେ କୁଇଜ୍ ପ୍ରତିଯୋଗିତା
ଭୁବନେଶ୍ୱର : କ୍ୟାପିଟାଲ ହାଇସ୍କୁଲର ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଗଠିତ ସିଏଚଏସ ୮୩ ୱେଲଫେୟାର ସେସାଇଟି ତରଫରୁ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୁନିୟର ଗ୍ରୁପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଏବଂ ସିନିୟର୍ ଗ୍ରୁପ ରେ ନବମ ଓ ଦଶମ ଶ୍ରେଣୀର ମୋଟ ୭୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ପ୍ରତିବର୍ଷ ପରିଚାଳିତ ହେଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ଶିକ୍ଷା ଓ ସାଧାରଣ ଜ୍ଞାନର ମାନ ବୃଦ୍ଧି କରିବା ସହିତ ସେମାନଙ୍କର ଦକ୍ଷତାକୁ ସୁଦୃଢ କରିବାର ଏକ ପ୍ରୟାସ ବୋଲି ସଂଗଠନ ତରଫରୁ କୁହାଯାଇଛି । ଏହି ପ୍ରତିଯୋଗିତାକୁ ସଂଘ ତରଫରୁ ଦେବାଶିଷ ପାଢ଼ୀ ପରିଚାଳନା କରିବା ସହିତ ଅନ୍ୟ ପୁରାତନ ଛାତ୍ର, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ସହଯୋଗ କରିଥିବାରୁ ସଂଗଠନ ତରଫରୁ ସଭାପତି ବିଜୟ ପାତ୍ର ଓ ସମ୍ପାଦକ ପୁଲିନ ସାହୁ ସାଧୁବାଦ୍ ଜଣାଇଛନ୍ତି ।