ଖାଦ୍ୟ ସୁରକ୍ଷା ଆଇନ ଯୋଜନାର ଜନଶୁଣାଣି

 ନୀଳଗିରି : ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ  ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନ ୨୦୨୩ ଯୋଜନାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ନୀଳଗିରି ଉପଜିଲ୍ଲାପାଳ ଡ.ମଧୁସ୍ମିତା ସାମନ୍ତରାୟ, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ତହସିଲଦାର ସୋନମ ଦାସ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ ଉପାଧ୍ୟାୟ ସମେତ ସମସ୍ତ ପଦାଧିକାରୀ, ସମସ୍ତ ନିର୍ବାଚିତ ପ୍ରତିନିଧି, ବହୁ ହିତାଧିକାରୀ, ସାଧାରଣ ଲୋକ ଉପସ୍ଥିତ ଥିଲେ । ଏହି ଜନଶୁଣାଣି ଶିବିରରେ ସମିତି ଅଧିନରେ ଥିବା ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଉଦ୍ୟାନ କୃଷି, ମାଛ ଚାଷ, ଡ଼୍ରେନ, ବିଦୁ୍ୟତ୍, ପାନୀୟଜଳ, ପଶୁପାଳନ ଆଦି ଉପରେ ଆଲୋଚନା ହୋଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ୨୦୧୩ ଉପରେ ଆଲୋଚନା କରାଯାଇଥିବାବେଳେ ପ୍ରତି ମାସର ପ୍ରଥମ ସପ୍ତାହ ଓ ତୃତୀୟ ସପ୍ତାହର ବୁଧବାର ଦିନଟିକୁ ରୋଜଗାର ଦିବସ ଭାବେ ପାଳନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ବ୍ଲକ ସାମାଜିକ ସମୀକ୍ଷକ ସତ୍ୟବ୍ରତ ମହାପାତ୍ର ଉପସ୍ଥାପନା କରିଥିଲେ ।