ଶିଶିର ଫାଉଣ୍ଡେସନ୍ ପକ୍ଷରୁ ପ୍ରସାଦ ବଣ୍ଟନ

 ନୀଳଗିରି :  ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶହ ଶହ ଭକ୍ତଙ୍କ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶିଶିର ମହାପାତ୍ର ଫାଉଣ୍ଡେସନ୍ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ନୀଳଗିରି ରଥଯାତ୍ରା ବହୁ ବର୍ଷ ପୂର୍ବରୁ ହୋଇ ଆସୁଥିବାବେଳେ ମହାପ୍ରଭୁଙ୍କ ରଥଟଣା ଦୁଇଦିନ ଧରି ପାଳନ କରାଯିବାର ପରମ୍ପରା ରହିଛି । ଏହାକୁ ଆଖି ଆଗରେ ରଖି ନୀଳଗିରି ଏନ୍ଏସି ପୋଷ୍ଟ ଅଫିସ ନିକଟ ଜଗନ୍ନାଥ କଲ୍ୟାଣ ମଣ୍ଡପ ସମ୍ମୁଖରେ ଶିଶିର ମହାପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଶନିବାର ଓ ରବିବାର ପ୍ରସାଦ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଗତ ଶିଶିର ମହାପାତ୍ରଙ୍କ ଧର୍ମପନôୀ ରଞ୍ଜନା ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସବ୍ୟସାଚୀ ମହାପାତ୍ର (ଟୁବ) ପରିଚାଳନା କରାଯାଇଥିଲାବେଳେ ୬ ନମ୍ବର ୱାର୍ଡର କାଉନସିଲ୍ର ପ୍ରତାପ ସେଠୀ, ନିଗମ ରାଉତ, ସନ୍ତୋଷ ସମୁଦ୍ର, ଭାସ୍କର ବିଶ୍ୱାଳ, ଜଗନ୍ ରାଉତ, ଭରତ ଦାସ, ବିନୟ ବିଶ୍ୱାଳ, ରମାକାନ୍ତ ପ୍ରଧାନ, ପୂର୍ଣ୍ଣ ରଣା, ଶିବୁ ସିଂହଙ୍କ ସହ ଚିନ୍ମୟ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।