ଇଟାଭାଟିରେ ଲଗିଲା ନାଲିଫିତା
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଇକୋ ସେନସିଟିଭ୍ ଜୋନ୍ ଭିତରେ ଓ ବାହାରେ ଚାଲିଛି ଏକାଧିକ ବେଆଇନ ଚିମିନି ମାଟି ଇଟାଭାଟି । କୁଲଡିହା ଅଭୟାରଣ୍ୟ ବନ୍ୟଜନ୍ତୁ ଏବଂ ଅଭୟାରଣ୍ୟର ସୁରକ୍ଷା ଉଦେ୍ଦଶ୍ୟରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କୁଲଡିହା ଇକୋ ସେନସିଟିଭର ଜୋନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ କୁଲଡିହା ଇକୋ ସେନ୍ସିଟିଭ ଜୋନ ଓ ଅଭୟାରଣ୍ୟ ସୀମାନ୍ତରେ ହୋଇଥିବାର ଏହି ଚିମିନିଭାଟି ବିଷୟରେ ଜାଣିବାକୁ ପାଇଥିଲା ବନବିଭାଗ । ତେବେ ୧୩ଗୋଟି ବେଆଇନ ଇଟା ଚିମିନି ଭାଟି କୁଲଡିହା ଇକୋ ସେନସିଟିଭ୍ ଜୋନ୍ ଭିତରେ ଚାଲିଛି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଏହି ବେଆଇନ ଇଟାଭାଟିକୁ ଦମନ କରିବାକୁ ନେଇ ହାଇକୋର୍ଟଙ୍କ ନିଦେ୍ର୍ଦଶ ଓ ଜିଲ୍ଲାପାଳଙ୍କ ଆଦେଶ ମୂଳେ ନୀଳଗିରି ଉପ-ଜିଲ୍ଲାପାଳ ଶୁଭଶ୍ରୀ ରଥ ଏବଂ ତହସିଲଦାର ଆଇଏଏସ ଦୁଧାଲ ଅଭିଷେକ ଦିଲୀପ, ନୀଳଗିରି ତହସିଲଦାର ସୋନମ ଦାସ, ସହକାରି ଜିଲ୍ଲାପାଳ ଇଶ୍ୱରଚନ୍ଦ୍ର ରଣା ପ୍ରମୁଖ ସେଠାରେ ପହଞ୍ଚôଥିଲେ । ତାହା ଦେଖି ପ୍ରଶାସନ ଉକ୍ତ ଇଟାଭାଟିଗୁଡକରେ ନାଲି ପତକା ଲଗାଇବା ସହିତ ୧୬୩ ଧାରା ୬୦ଦିନ ପାଇଁ ଲାଗୁ କରିବା ସହ ବେଆଇନ ଇଟାଭାଟିକୁ ସିଲ କରିଥିଲେ ।