ଅବସରକାଳୀନ ସମ୍ବର୍ଦ୍ଧନା

 ବିଞ୍ଝାରପୁର:  ଏଜିଆଇ ହାଇସ୍କୁଲର ହିନ୍ଦୀ ଶିକ୍ଷକ ତଥା ଜିଲ୍ଲା ହିନ୍ଦୀ ଶିକ୍ଷ ସଙ୍ଘର ସମ୍ପାଦକ ଶରତ ଚନ୍ଦ୍ର ପାରିଡାଙ୍କ ସମେତ ଦୁଇ ଶିକ୍ଷା କର୍ମୀ ପ୍ରଫୁଲ୍ଲ କୁମାର ଜେନା ଓ ଲଳିତ ମିଶ୍ରଙ୍କୁ  ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ସଭାପତି ବାମନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଯାଜପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ପ୍ରଭାକର ସ୍ୱାଇଁ, ରବୀନ୍ଦ୍ର ପରିଡ଼ା, ଅଧ୍ୟାପକ କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ବ୍ଳକ୍ ଷ୍ଟୋର ସଂପାଦକ ଭାରତ କୁମାର ନାୟକ, ମୀନକେତନ ପୁହାଣ, ସ୍ମୃତିରଞ୍ଜନ ସାହୁ ଯୋଗଦେଇଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ, କମିଟିର ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀ ବିଦାୟୀ ଶିକ୍ଷକଙ୍କୁ ଶୋଭାଯାତ୍ରାରେ ନେଇ ଘରେ ଛାଡିଥିଲେ ।