‘ମୋ ପୋଖରୀ’ ରେ ଅର୍ଥ ହରିଲୁଟ୍ : ପୂର୍ବତନ ଜିଆର୍ଏସ୍ ବିରୋଧରେ ଅଭିଯୋଗ
ଚାନ୍ଦବାଲି : ମୋ ପୋଖରୀ ଅର୍ଥ ହରିଲୁଟ ଅଭିଯୋଗ । ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କୁ ଯୋଗାଇ ଦେଉଥିବା ମୋ ପୋଖରୀ ଯୋଜନାର ଅର୍ଥ ହରିଲୁଟ ଅଭିଯୋଗ ହୋଇଛି । ଜିଲ୍ଲାପାଳ ପାଖରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଅଭିଯୋଗ ହୋଇ ସାରିଥିଲେ ମଧ୍ୟ ଅର୍ଥ ପାଇବାରୁ ବଞ୍ଚôତ ହିତାଧିକାରୀ । ପୂର୍ବ ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ପଂଚାୟତ ଆଙ୍କପଡା ଗ୍ରାମରେ ପ୍ରମୋଦ ବେହେରାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମୋ ପୋଖରୀ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା । କାର୍ଯ୍ୟାଦେଶ ପାଇ ହିତାଧିକାରୀ ପ୍ରମୋଦ ବେହେରା ମନରେଗା ଯୋଜନା ଅଧିନରେ ପୋଖରୀ ଖୋଳି କାର୍ଯ୍ୟ ସମ୍ପୂର୍ଣ୍ଣ ସରିଥିଲେ ମଧ୍ୟ ଆଜକୁ ୨ବର୍ଷରୁ ଅଧିକ ହେବ ଅର୍ଥ ରାଶି ପାଇବାରୁ ବଞ୍ଚôତ ଅଛନ୍ତି । ତଥ୍ୟ ମୁତାବକ ସେତେବେଳେ ପଂଚାୟତ ଦାୟିତ୍ୱରେ ଥିବା ଜିଆର୍ଏସ୍ ସୁଲତା ଉପାଧ୍ୟାୟ ଚଞ୍ଚକତା କରି ସମ୍ପୂର୍ଣ୍ଣ ଅର୍ଥରାଶି ୧.୬୯.୦୦୦ ହଜାର ଅନ୍ୟ ଜବକାର୍ଡ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାରେ ପକାଇ ଅର୍ଥ ଆତ୍ମସାତ କରିଥିବା ହିତାଧିକାରୀ ଜଞସ ମାଧ୍ୟ୍ୟମରେ ଖୁଲାସା କରିଛନ୍ତି । ଏ ବିଷୟରେ ସମ୍ପୃକ୍ତ ଜିଆର୍ଏସ୍ଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହିତ ଏ ବିଷୟରେ କିଛି ଜାଣି ନାହଁ ବୋଲି କହିଛନ୍ତି । ଯଦି ଏହି ଘଟଣାରେ ତଦନ୍ତ କରି ସମ୍ପୃକ୍ତ ଏଜଝ ଉପରେ କାର୍ଯ୍ୟନୁଷ୍ଠାନ ନିଆ ନଯାଏ ହିତାଧିକାରୀ ଜିଲ୍ଲାପାଳ ଅଫିସ ଆଗରେ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ।