ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ବାର୍ଷିକୋତ୍ସବ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ୧୨ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ସଂଘର  ସଭାପତି ପ୍ରଫୁଲ୍ଲ କୁମାର ସାହୁ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଭାପତି ସତ୍ୟ ନାରାୟଣ ଓ ସଂପାଦକ ପ୍ରଶାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଅଜୟ କୁମାର ଗୋଏଙ୍କା, କଟକ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଭାପତି ବାଗନ କୁମାର ସାହୁ, ଯୁଗ୍ମ ସଂପାଦକ ମନୋରଞ୍ଜନ ବଳ, କେନ୍ଦ୍ରାପଡା ଜିଲ୍ଲା ସଂପାଦକ ଗୋପୀନାଥ ବାରିକ, ଦିପକ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅନଲାଇନ ବ୍ୟବସ୍ଥା, ରିହାତି ଦରରେ ଔଷଧ ବିକ୍ରି, ବିପଦ ସମୟରେ ସଂଘର ସଭ୍ୟ ମାନଙ୍କୁ ସହାୟତା ପ୍ରଦାନ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସଧାରଣଙ୍କୁ ସହାୟତା ଯୋଗାଇବା, ରକ୍ତ ସଂଗ୍ରହ କରି ଥାଲାସମିଆ ରୋଗୀଙ୍କୁ ରକ୍ତଦାନ କରିବା ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା । କାର୍ଯ୍ୟକ୍ରମରେ ଅନୱାର ଅଲ୍ଲୀ ଖାନ, ତାପସ କୁମାର ପାଢୀ, ନୟନ କିଶୋର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।