ଗଣପତି ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉସବ
ପାରାଦୀପ : ପାରାଦୀପ ର ବାଲିଝରା ସ୍ଥିତ ଗଣପତି ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ଏକବିଂଶତମ (୨୧ତମ) ବାର୍ଷିକ ଉସôବ ରବିବାର ବିଦ୍ୟାଳୟ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଓଡିଶା ବିଦ୍ୟା ବିକାଶ ସମିତି ର ସମ୍ପାଦକ ଯୋଗେନ୍ଦ୍ରନାଥ ବସ୍ତିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପିଆଣ୍ଡଏ ବଟଲର୍ସ କମ୍ପାନୀ ର ସଚିବ ଦେବେନ୍ଦ୍ର କୁମାର ତୋମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଆଦାନୀ ଉଇଲମାର ର ଏଚଆର ମୁଖ୍ୟ ରାଜିବ ଷଡଙ୍ଗୀ, ମୁଖ୍ୟ ବକ୍ତା ଡାକ୍ତର୍ ରମେଶଚନ୍ଦ୍ର ଦାସ, ସଭାପତି ବିଦ୍ୟା ବିକାଶ ସମିତି ଓଡିଶା, ସମ୍ମାନିତ ଅତିଥି ଭଗବାନ ପରିଡା, ୫ ନମ୍ବର ୱାର୍ଡ ପାରିଷଦ ସ୍ୱପ୍ନା ରାଣୀ ଜେନା ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟା ର ମହତ୍ୱ ଓ ଦେଶ ଗଠନରେ ସେମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଲୀ ତରାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଛୋଟଛୋଟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ ଅଭିଭାବକ, ଦର୍ଶକ ଓ ଅତିଥିମାନଙ୍କ ଦ୍ୱାରା ବେଶ ପ୍ରଶଂସା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନିମା ପାତ୍ର, କଲ୍ୟାଣୀ ସାହୁ, ଅମିୃତା ଗୁପ୍ତା, ରୋଜାଲିନ ସାହୁ, କାନ୍ତା ପ୍ରିୟଦର୍ଶିନୀ ଜେନା, ବିପ୍ଳବ ମହାନ୍ତି, ଦିବ୍ୟଜ୍ୟୋତି ଲେଙ୍କା, ନିବେଦିତା, ଅଞ୍ଜନା, ତିଳୋତ୍ତମା, ଲକ୍ଷ୍ମୀ, ସସ୍ମିତା ପ୍ରମୁଖ ସକ୍ରିୟା ସହଯୋଗ କରିଥିଲେ ।