ଖୋଲା ସ୍ଥାନରେ ଅଳିଆ ଜାଳିଲେ ୫ ହଜାର ଫାଇନ : ବିଏମ୍ସି
ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଦୂଷଣ ରୋକିବା ପାଇଁ ବିଏମ୍ସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ହୋଟେଲମାନଙ୍କରେ କାଠ ଓ କୋଇଲା ଜାଳିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିପୋ ଓ ଷ୍ଟାଣ୍ଡରେ ନିୟମିତ ବସ୍ ଗୁଡ଼ିକୁ ଧୋଇବାକୁ କ୍ରୁଟ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଖୋଲା ଯାଗାରେ ଅଳିଆ ଆବର୍ଜନା ଜାଳିଲେ ୫ ହଜାର ଟଙ୍କାର ଜୋରିମନା ଆଦାୟ କରାଯିବ । ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱଚ୍ଛ ଜାଳେଣି ବ୍ୟବହାର ପରାମର୍ଶ ସହ ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ କରିବା ପାଇଁ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହାର ତଦାରଖ ପାଇଁ ସବୁ ଜୋନାଲ୍ କମିଶନର, କ୍ରୁଟ୍ ଓ ଇଡ଼ିକୋ ଏମ୍ଡ଼ିଙ୍କୁ ବିଏମ୍ସି ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।
Samir Kumar Rout