ପୋଖରୀରେ ବୁଡି ୱାର୍ଡ଼ ସଭ୍ୟଙ୍କ ମୃତ୍ୟୁ
ଯାଜପୁର : ବଡଚଣା ବ୍ଳକର ଶାଳପଡା ଗ୍ରାମର ୫ ନଂ ୱାର୍ଡ ସଭ୍ୟ ରସାନନ୍ଦ ସାହୁ (୮୪)ଙ୍କ ପୋଖରୀ ବୁଡି ମୃତ୍ୟୁ ଘଟିଛି । ସେ ଶୁକ୍ରବାର ଅପରାହ୍ନରେ ଘର ପାଖରେ ଥିବା ସିଦେ୍ଧଶ୍ୱର ପୋଖରୀକୁ ଗାଧୋଇ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା । ଗ୍ରାମବାସୀ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ବୈରୀ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ରସାନନ୍ଦ ୫ ଥର ୱାର୍ଡ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।