ଗଙ୍ଗାଧର ସ୍ମାରକୀ ଆଞ୍ଚଳିକ ମେଧା ଅନ୍ୱେଷଣ ପରୀକ୍ଷା
ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ କୁମୁଲି ସରକାରୀ ଉଚ୍ଚÿ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗଙ୍ଗାଧର ସ୍ମାରକୀ ଆଞ୍ଚଳିକ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । କୁମୁଲି ଅଞ୍ଚଳର ଛାତ୍ର ଛାତ୍ରୀଙ୍କର ଶିକ୍ଷାର ବିକାଶ ଏବଂ ସାଧାରଣ ଜ୍ଞାନର ଅଭିବୃଦ୍ଧି ପାଇଁ ଏହି ପରୀକ୍ଷା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ପରୀକ୍ଷା ୨୫ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିଛି । କୁମୁଲି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ସିନିୟର୍ ବିଭାଗ ରେ ୧୦୮ ଜଣ ଓ ଜୁନିୟର ବିଭାଗ ପରୀକ୍ଷାରେ ୬୩ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ । ପରୀକ୍ଷା ପରେ ପରିଚାଳନା କରୁଥିବା ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପରୀକ୍ଷା ଖାତାର ମୂଲ୍ୟଙ୍କନ ହୋଇଥିଲା ।ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ପୁରସ୍କାର ବିତରଣ ଉସôବ ଆଞ୍ଚଳିକ ମେଧା ଅନ୍ୱେଷଣ ପରୀକ୍ଷାର ସଭାପତି ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ଲମ୍ବଦର ପଣ୍ଡା ସଂପାଦକୀୟ ପାଠ କରିଥିଲେ । କାର୍ଯକ୍ରମ ସଭାପତି ଭାବରେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ ଡ .ମନୋରଞ୍ଜନ ପ୍ରଧାନ ଯୋଗ ଦେଇ କୁମୁଲି ଅଞ୍ଚଳରେ ବିକଶିତ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭୂରୀୟସି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ. ଭରତ ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ,ଅଭିଭବକ ଏବଂ ଉପସ୍ଥିତ ଗ୍ରାମବାସୀଙ୍କୁ ଦୃଢ଼ ଓ ସୁସ୍ଥ ସମାଜ, ପାରିବାରିକ ଶିକ୍ଷା ଓ ଜୀବନ ରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ସେହିପରି ମୁଖ୍ୟବକ୍ତା ଭାବରେ ବୋରିଗୁମ୍ମା ଭୈରବ ଡିଗ୍ରୀ କଲେଜର ଅର୍ଥନୀତି ଅଧ୍ୟାପକ ସଦାଶିବ ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ରଣ୍ଡାପାଲି ଭେଷଜ ମହାବିଦ୍ୟାଳୟର ସରକାରୀ ଅଧ୍ୟାପିକା ମାନସୀ ଖାଡଙ୍ଗା , ଅନ୍ୟତମ ସମ୍ମାନିତ ଅତିଥି ଭାବରେ କୋରାପୁଟ ଡି.ଏ.ଭି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ସରକାରୀ ଅଧ୍ୟାପକ ମନୋଜ କୁମାର ବେହେରା ଓ କୋରାପୁଟ ଶିକ୍ଷା ବିଜ୍ଞାନ ସଂଯୋଜିକ ଚନ୍ଦ୍ରକଳା ବଗର୍ତ୍ତି ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜୁନିୟର ବିଭାଗରେ ତରାଭଟା ଆଦର୍ଶ ବିଦ୍ୟାଳୟର ପ୍ରଥମ ସ୍ଥାନରେ ପ୍ରପିତା ପ୍ରିୟା ହୋତା , ଦ୍ୱିତୀୟ ସ୍ଥାନରେ ପ୍ରତୁ୍ୟଷ ସାମନ୍ତରାୟ ଏବଂ ତୃତୀୟ ସ୍ଥାନରେ ସ୍ୱାଗତିକା ପଣ୍ଡା କୃତକାର୍ଯ୍ୟ ହୋଇଥିଲେ ସେହିପରି ସିନିୟରରେ ମଧ୍ୟ ତରାଭଟା ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରଥମ ସ୍ଥାନରେ ସୌମ୍ୟ ରଞ୍ଜନ ରଥ,ଦ୍ୱିତୀୟ ସ୍ଥାନରେ ବିନାୟକ ସାହୁ ,ତୃତୀୟ ସ୍ଥାନରେ ଆଂଶିକ ଶତପଥୀ କୃତ କାର୍ଯ୍ୟ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଆଞ୍ଚଳିକ ମେଧା ଅନ୍ୱେଷଣ ପରୀକ୍ଷା ପାଇଁ ଶିକ୍ଷୟତ୍ରୀ ପଦ୍ମାଳୟା ହୋତା ଆର୍ଥିକ ସହାୟତା କରିଥିବା ବେଳେ ପାର୍ଥ ସାରଥୀ ପଣ୍ଡା ,ରାଜୀବ ଲୋଚନ ମହାପାତ୍ର,ଅନିଲ ଦେବତା ବିଜୟ କୁମାର ହୋତା,ହରିହର ଶଥପଥୀ, ରାଜେଶ ଦାସ , ସନ୍ତୋଷ ନାୟକ , ଆଶିଷ ହୋତା,ଦେବେନ୍ଦ୍ର ପଣ୍ଡା, ଅଜୟ ଷଡ଼ଙ୍ଗୀ ,ତାପସ ହୋତା , ଯତୀନ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଟିର ମଞ୍ଚ ପରିଚାଳନା ଯୁବ ଉଦ୍ଘୋଷକ ସୁଧାଂଶୁ ଶେଖର ତ୍ରିପାଠୀ କରିଥିବା ବେଳେ ଅନ୍ୟତମ ମାନସ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।