ବିଜେପି ପ୍ରତିଷ୍ଠା ଦିବସରେ ଦୀପଦାନ

 କେନ୍ଦ୍ରାପଡା : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଉପଲକ୍ଷେ ସଫେଇ ଓ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଶା ସଦସ୍ୟା ତଥା ବରିଷ୍ଠ ନାରୀନେତ୍ରୀ ଡ. ଜ୍ୟୋସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡା ବଗଡାର ସିଦ୍ଧ ମରିଚାଣୀ ଠାକୁରାଣୀଙ୍କ ମନ୍ଦିରକୁ ସଫେଇ କରାଯିବା ସହ ଠାକୁରାଣୀଙ୍କ ନିକଟରେ ଦୀପଦାନ କରାଯାଇଥିଲା । ଏହା ସହ ପଞ୍ଚାୟତର ଘରେ ଘରେ ବିଜେପି ପତାକା ଉତ୍ତୋଳନ କରାଯିବା ସହ ଦଳର ଲକ୍ଷ୍ୟ, ଉଦେ୍ଦଶ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକରଙ୍କ ଦ୍ୱାରା କରାଯାଉଥିବା ଜନ ମଙ୍ଗଳକର ଯୋଜନା ଗୁଡିକ ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଯାଇଥିଲା । ଦଳର ପ୍ରତିଷ୍ଠା ଦିବସ ପକ୍ଷ ପାଳଣ ଅବସରରେ ୧୮ ତାରିଖ ପର୍ଯ୍ୟନ୍ତ ଏହିଭଳି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ଦୁର୍ଗା ପ୍ରସାଦ ସ୍ୱାଇଁ, ବନ୍ଦନାରାଣୀ ରାଉତ, ମିନତୀ ସାହୁ, ରଞ୍ଜୁଲତା ଜେନା, ମିନତୀ ଖଟୁଆ, ଦିପକ କୁମାର ପାଣି, ବିଜୟ କେତନ ସ୍ୱାଇଁ, ମଧୁସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।