୧୦ ବର୍ଷରେ ୧୯.୯୮ ଲକ୍ଷ ଡାଇବେଟିସ୍ ରୋଗୀ ଚିହ୍ନଟ
ଭୁବନେଶ୍ୱର : ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୯୯୭୬୯୦ ସଂଖ୍ୟକ ଡାଇବେଟିସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କିଡ୍ନୀ ରୋଗ, କ୍ୟାନସର୍ ଓ ହୃଦରୋଗ ଭଳି ବହୁ ଜଟିଳ ରୋଗରେ ଲକ୍ଷାଧିକ ଲୋକ ପୀଡ଼ିତ ହୋଇଛନ୍ତି । ଗୃହରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସହ ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଆଇଜିଏଚ୍ ଠାରେ ଡେ କେୟାର୍ କ୍ୟାନ୍ସର୍ କେମୋଥେରାପି ସେଣ୍ଟର ଦ୍ୱାରା ସେବା ଯୋଗାଇ ଦିଆଯାଉଛି । କ୍ୟାନସର ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଭବିଷ୍ୟତରେ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୟାନସର କେୟାର ୟୁନିଟ କାର୍ଯ୍ୟକାରୀ କରିବାର ଯୋଜନା ରହିଛି ।