‘ସଚେତନତା ହିଁ ଶିଶୁଙ୍କୁ ସୁରକ୍ଷା ଦେବ’
ନବରଙ୍ଗପୁର: ପୋଷ୍ୟସନ୍ତାନ ଗ୍ରହଣ , ଶିଶୁଙ୍କୁ ଚେଙ୍କ ନଦେବା, ବାଲ୍ୟବିବାହ ନିଷେଦ୍ଧ, ଶିଶୁ ଅପରାଧ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦେ୍ଦଶ୍ୟରେ ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଏକ ଶିଶୁ ସୁରକ୍ଷା ଅଧିକାର ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକ୍ରେ ସଚେତନତା କରିବା ଉଦେ୍ଦଶ୍ୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ୱାରା ଶିଶୁମାନେ ନିଜ ମୌଳିକତା ହରାଉଛନ୍ତି ।
ପିତାମାତା ମାନେ ପରମ୍ପରା ନାମରେ ନାବାଳିକାଙ୍କୁ କମ୍ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘର ସଂସାରରେ ଛନ୍ଦି ହୋଇ ନିଜ ଅଧିକାରରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ୱ ଲାଭ କରୁଛନ୍ତି । ସମାଜରେ ଚାଲିଥିବା ଶିଶୁ ହିଂସାକୁ ରୋକିବା, ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ ଗ୍ରହଣ କରିବା, ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦେ୍ଦଶ୍ୟରେ ଏହି କାର୍ଯ୍ୟ କ୍ରମର ଲକ୍ଷ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ୍ରେ ଯେଉଁ ସବୁ ଗ୍ରାମରେ ସଚେତନ ରଥ ପହଞ୍ଚôବ । ସେଠାରେ ଆଶା କର୍ମୀ, ସ୍ୱୟଂସହାୟକ ଦଳ ସଭ୍ୟା, ପଞ୍ଚାୟତ ପ୍ରତିନିଧି ସମସ୍ତ ଜାତିସମାଜ ମୁଖ୍ୟ, କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତିଙ୍କୁ ନେଇ ଅଙ୍ଗନବାଡି କର୍ମୀ ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ଏକ ସାଧାରଣ ସଚେତନ ବୈଠକ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିବ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ । ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶନୀ, ଶିଶୁମଙ୍ଗଳ କମିଟି ସଭ୍ୟ ସନ୍ତୋଷ ଷଢଙ୍ଗୀ, ରବୀନ୍ଦ୍ର ପ୍ରଧାନ, ଅନିତା ହୋତା, ବିଜୟ ଲକ୍ଷ୍ମୀ ସାହୁ, ଆକ୍ସନଏଡ୍ ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ପକ୍ଷରୁ କିଶୋର ମାର୍ଥା, କିଶାନ ପଟ୍ଟନାୟକ, ସ୍ୱାତୀଶ୍ରୀ ପଟ୍ଟନାୟକ, ମହେନ୍ଦ୍ର ଚାଲାଣ ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ପ୍ରତିନିଧି ସାଗର ପଟ୍ଟନାୟକ ଓ ଦୀନ ଦୟାଲ ବଳାଶ୍ରାମ ଅନ୍ତେଃବାସୀ ଉପସ୍ଥିତ ଥିଲେ ।