ନିଦେ୍ର୍ଦଶକ ବାବୁଙ୍କ ନୂଆ ରେକର୍ଡ ରିଲିଜ୍ ହେଲା ୧୦ଟି ମୁ୍ୟଜିକ୍ ଭିଡିଓ

ଭୁବନେଶ୍ୱର : କ୍ୟାଲେଣ୍ଡର ବଦଳିବା ସହିତ ନୂଆ ବର୍ଷରେ ନିଦେ୍ର୍ଦଶକ ବାବୁ ବାବୁଙ୍କ ଏକାସାଙ୍ଗରେ ୧୦ଟି ମୁ୍ୟଜିକ୍ ଭିଡିଓ ରିଲିଜ୍ ହୋଇଛି । ଇସ୍କ ହେଲା ଧିରେ ଧିରେ, ନାକର ନଥିନୀ, ପ୍ରେମର ଗଣିତ, ରଙ୍ଗବତୀ ରଙ୍ଗ ଚଢେଇ, ପୁରୁଣା ଗାଡି, ଖୁଦା ରାଣ ତୋ ପାଇଁ, ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ, ରେ ଜଗା ତୋ ଭକତ ତାଲିକାରେ ଦେ ଟିକେ ଜାଗା, ମୁଁ ପରା କୁନି ଭକତ ତୋର ଏବଂ ବୁଝିବା ଟା କଷ୍ଟ ଜଗା ଜୀବନ ଗଣିତ ନାମକ ଉଭୟ ଭଜନ ଏବଂ ଆଧୁନିକ ମୁ୍ୟଜିକ୍ ଭିଡିଓର ରିଲିଜ୍ ହୋଇଛି ।  ପ୍ରଯୋଜକ ସୁମନ୍ତ କୁମାର ଦାଶ, ରାଘବ ସ୍ୱାଇଁ, ସାଲୋନୀ ମୁ୍ୟଜିକ, ରାଜେନ୍ଦ୍ର ମଥନ, ସୁଧାଂଶୁ ଶେଖର, ଅମୃଥଟ୍ସ, କେଡି କଲ୍ୟାଣୀ, ପ୍ରଯୋଜିକା ସଂଘମିତ୍ରା ବେହେରା, ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କ ପ୍ରଯୋଜିତ ୧୦ ଟି ଯାକ ମୁ୍ୟଜିକ୍ ଭିଡିଓର ନିଦେ୍ର୍ଦଶନା ଦେଇଛନ୍ତି ନିଦେ୍ର୍ଦଶକ ବାବୁ ବାବୁ । ଅଶ୍ରୁମୋଚନ ମହାନ୍ତି, ଦେବସ୍ମିତା ପଣ୍ଡା, ଦେବ, ନେହା, ଶ୍ରୀ, ମିଠି, ଦିପ୍ତୀରଞ୍ଜନ, ସିପୁ, ବର୍ଷା, ଟୁନା, ଓମ୍, ପୂର୍ବୀ ପ୍ରିୟଙ୍କା, ସାଇଶ୍ରୀ ସାଲୋନୀ, ରିଷିକ, ସମୀକ୍ଷା ଭଳି ଅନେକ ଅଭିନେତା ଅଭିନେତ୍ରୀ ଏହି ୧୦ଟି ମୁ୍ୟଜିକ୍ ଭିଡିଓରେ ଅଭିନୟ କରିଛନ୍ତି । ସନ୍ତୋଷ କୁମାର, ଚିନ୍ମୟ ଏବଂ ବିଭୁନ, ଜୟଦେବ ମିଶ୍ର, ରୁଦ୍ର ପ୍ରସାଦ ନାୟକ, ଆଶୁତୋଷ ବେହେରା, ପ୍ରତୁ୍ୟଷ ପ୍ରଭଞ୍ଜନ ଭଳି ନାମୀ ସଙ୍ଗୀତ ନିଦେ୍ର୍ଦଶକମାନଙ୍କ ଦ୍ୱାରା ଗୀତ ଗୁଡିକ ସ୍ୱର କରାଯାଇଛି । ତେବେ ନୂଆ ବର୍ଷରେ ବାବୁ ବାବୁଙ୍କ ବଡ଼ ପରଦା ପାଇଁ କାମ କରିବାକୁ ଯାଉଛନ୍ତି ବୋଲି ଏହି ମୁ୍ୟଜିକ୍ ଭିଡିଓ ରିଲିଜ୍ ଅବସରରେ ଘୋଷଣା କରିଛନ୍ତି । ବାବୁ ବାବୁଙ୍କ ଏହି ମୁ୍ୟଜିକ୍ ଭିଡିଓ ରିଲିଜ୍ ଅବସରରେ ତପନ ମିଶ୍ରଙ୍କ ସମେତ ଅଭିନେତା ଅଭିନେତ୍ରୀ ଉପସ୍ଥିତ ଥିଲେ ।