ଗଞ୍ଜେଇ ଜବତ, ୬ ଗିରଫ
କେନ୍ଦୁଝର: କେନ୍ଦୁଝର ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, ମାଡି ବସିଲା ପୁଲିସ । ୩୦ କିଲୋ ଗଞ୍ଜେଇ ସହ ଚାଲାଣରେ ସଂପୃକ୍ତ ୬ ଜଣଙ୍କୁ ଅଟକ ସହ ୨ ଟି କାର, ୫ଟି ମୋବାଇଲ ଏବଂ ୩ ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ କରୁଛି କେନ୍ଦୁଝର ଟାଉନ ପୁଲିସ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ପୁଲିସ ଜାଲ ବିଛାଇ ସିଦ୍ଧମଠ ନିକଟରେ ଛକି ବସିଥିଲା । ଗାଡି ଦୁଇଟି କୁ ତଲାସି ବେଳେ ସେଠାରୁ ପ୍ରାୟ ୩୦ କିଲୋ ଗଞ୍ଜେଇ ଜବତ କରିଥିଲା । ଏହା ସହ ଏହି ଚୋରା ଗଞ୍ଜେଇ ନେଇ ଯାଉଥିବା ଗଞ୍ଜେଇ ନେବାକୁ ଆସିଥିବା ୬ ଜଣଙ୍କୁ ଗିରଫ କରି ଥିବା ବେଳେ, ସେମାନଙ୍କ ଠାରୁ ୨ କାର ସହ ୩ ଲକ୍ଷ ଟଙ୍କା ଜବତ କରିଛି କେନ୍ଦୁଝର ଟାଉନ ପୁଲିସ । ସୋନପୁର ଜିଲ୍ଲାରୁ ମୟରଭଞ୍ଜ ଜିଲ୍ଲାକୁ ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଛି । ଗିରଫମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବିଶ୍ୱନାଥ ବେହେରା (୩୨), ବିଷ୍ଣୁ ବେହେରା (୨୭), ବିବେକ ବେହେରା (୨୨), ବଳରାମ ବେହେରା (୩୫), ମୟୁରଭଞ୍ଜ ଜିଲ୍ଲାର ରାମରାୟ ହାଁସଦା (୫୧)ଓ ସୁଶାନ୍ତ ଦଳେଇ (୪୦) । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବସ୍ତାରୁ ଗଂଜେଇ କାଢି ଓଜନ କରାଯିବା ସହ ପୁଲିସର ଅଧିକ ତଦନ୍ତ ଜାରି ରଖିଛି ।